/odishatv-khabar/media/post_attachments/uploadimage/library/16_9/16_9_0/mohan_1625091483.jpg)
mohan
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସରସଂଘଚାଳକ ମୋହନ ଭାଗବତ ନଭେମ୍ବର ୨୪ରୁ ୩ ଦିନ ପାଇଁ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ପୂର୍ବ କ୍ଷେତ୍ର ବୈଠକରେ ଯୋଗଦେବେ। ଭାଗବତ ୨୪ ତାରିଖରେ ଆସି ଭୁବନେଶ୍ୱରରେ ପହଞ୍ଚିବେ।
Advertisment
୨୫ ଓ ୨୬ ତାରିଖରେ ସେ ବୈଠକରେ ଅଂଶଗ୍ରହଣ କରିବେ। ତାଙ୍କ ସହ ସଂଘର ସରକାର୍ଯ୍ୟବାହ ସୁରେଶ ଭୟାଜୀ ଯୋଶୀ ମଧ୍ୟ ଆସୁଛନ୍ତି। ତେରାପନ୍ଥ ଭବନରେ ହେବାକୁ ଥିବା ଏହି ବୈଠକରେ ପଶ୍ଚିମବଙ୍ଗ, ଓଡ଼ିଶା, ଆଣ୍ଡାମାନ ଓ ନିକୋବର ଅଞ୍ଚଳର ୩୫ ଜଣ ସଦସ୍ୟ ଯୋଗଦେବେ। ପ୍ରତିବର୍ଷ ଦୀପାବଳି ସମୟରେ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ହୋଇଥାଏ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)