/odishatv-khabar/media/post_attachments/uploadimage/library/16_9/16_9_0/rahul-gandhi_1625119157.jpg)
rahul-gandhi
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଭୟାଳୁ ଓ ଅପରିପକ୍ୱ ସେ ପିଲାଳିଆମୀ ବ୍ୟବହାର କରୁଛନ୍ତି। ତାଙ୍କଠାରେ ଦକ୍ଷତା ନଥିଲେ ମଧ୍ୟ ସେ ପିଲାଙ୍କ ପରି ଶିକ୍ଷକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିଜ ଜୀବନୀ ପୁସ୍ତିକାରେ ରାହୁଲ ଗାନ୍ଧିଙ୍କୁ ଏଭଳି ଢଙ୍ଗରେ ଚିତ୍ରଣ କରିଛନ୍ତି।
Advertisment
ଅନ୍ୟପକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଓବାମା ଭୁରି ଭୁରି ପ୍ରଶଂସା କରିଛନ୍ତି। ଓବାମାଙ୍କ ଜୀବନୀକୁ ନେଇ ଲିଖିତ ପୁସ୍ତକ ଏ ପ୍ରୋମିଜଡ୍ ଲ୍ୟାଣ୍ଡ ନଭେମ୍ବର ୧୭ରେ ଉନ୍ମୋଚନ ହେବ।
ସେପଟେ ରାହୁଲଙ୍କୁ ନେଇ ଓବାମାଙ୍କ ଏଭଳି ଟିପ୍ପଣୀ ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଓବାମାଙ୍କ ପୁସ୍ତକରୁ ରାହୁଲଙ୍କ ବୁଦ୍ଧିମତା ସମ୍ପର୍କରେ ସ୍ପଷ୍ଟ ଜଣାପଡୁଛି ବୋଲି ସେ କହିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)