/odishatv-khabar/media/post_attachments/uploadimage/library/16_9/16_9_0/rahul-gandhi_1625494175.jpg)
rahul-gandhi
ନୂଆଦିଲ୍ଲୀ: କରୋନା ପରିଚାଳନାରେ ବିଫଳତା ଦର୍ଶାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଏହା ସହିତ ତୃତୀୟ ଲହର ପାଇଁ ସତର୍କ ଓ ପ୍ରସ୍ତୁତ ରହିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସେ କରୋନା ମହାମାରୀ ଉପରେ ଏକ ଶ୍ୱେତପତ୍ର ପ୍ରକାଶ କରିଛନ୍ତି ।
ଶ୍ୱେତପତ୍ର ପ୍ରକାଶ କରି, ରାହୁଲ କହିଛନ୍ତି ସରକାରଙ୍କୁ ଟାର୍ଗେଟ କରିବା ତାଙ୍କ ଉଦ୍ଦେଶ୍ୟ ନୁହେଁ । ସରକାରଙ୍କ ପ୍ରଥମ ଓ ଦ୍ୱିତୀୟ ଲହର ମୁକାବିଲା ନୈରାଶ୍ୟଜନକ ଥିଲା । କିନ୍ତୁ ତୃତୀୟ ଲହର ପୂର୍ବରୁ ସରକାର ପ୍ରସ୍ତୁତ ରହିବା ଆବଶ୍ୟକ । ଯେଉଁମାନଙ୍କ ପରିବାରରେ କରୋନା ମୃତ୍ୟୁ ହୋଇଛି, ସରକାର ସେମାନଙ୍କୁ କ୍ଷତିପୂରଣ ଦିଅନ୍ତୁ ବୋଲି ରାହୁଲ ଦାବି କରିଛନ୍ତି ।
ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ କହିଛନ୍ତି ଯେ, ବର୍ତ୍ତମାନର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରାମର୍ଶକୁ ସମାଲୋଚନା କରିଥିଲେ, କିନ୍ତୁ ପରେ ସରକାର ସେହି ପରାମର୍ଶକୁ ମାନିବାକୁ ବାଧ୍ୟ ହୋଇଛନ୍ତି । ତେବେ ମଙ୍ଗଳବାରର ରେକର୍ଡ ଟିକାକରଣକୁ ନେଇ ରାହୁଲ ପ୍ରସଂଶା କରିଛନ୍ତି । କିନ୍ତୁ ଆମକୁ ଗୋଟିଏ ଦିନରେ ସନ୍ତୁଷ୍ଟ ନହୋଇ ଯେଉଁ ପର୍ଯ୍ୟନ୍ତ ଦେଶର ସବୁ ଲୋକଙ୍କ ଟିକାକରଣ ହୋଇନି, ଏହାକୁ ସବୁ ଦିନ ଚଳାଇବାକୁ ପଡ଼ିବ ବୋଲି ସେ କହିଛନ୍ତି ।
ଅନ୍ୟପଟେ ରାହୁଲଙ୍କ ମନ୍ତବ୍ୟର ଜବାବ ରଖିଛି ବିଜେପି । ଦଲର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଯେତେବେଳେ ଦେଶର କିଛି ଭଲ ହୋଇଥାଏ, ସେତେବେଳେ କଂଗ୍ରେସ ଏବଂ ରାହୁଲ ଗାନ୍ଧିଙ୍କୁ ଖରାପ ଲାଗିଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)