Advertisment

ପୁଲଓ୍ୱାମା ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

କେଭାଡିଆ: ରାଷ୍ଟ୍ରୀୟ ଏକତା ଦିବସରେ ପୁଲଓ୍ୱାମା ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଲଓ୍ୱାମା ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୋଦି। ଦେଶ କେବେ ବି ପୁଲଓ୍ୱାମା ଆକ୍ରମଣ ଭୁଲି ପାରିବନି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ କିଛି ବ୍ୟକ୍ତି ପୁଲଓ୍ୱାମା ଆକ୍ରମଣରେ ବି ରାଜନୈତିକ ସ୍ୱାର୍ଥ ଦେଖୁଥିଲେ। ସ୍ୱାର୍ଥରେ ଭରା ରାଜନୀତି ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏସବୁ ଶୁଣିବା ପରେ ବି ସେ ମୁହଁ ଖୋଲିନଥିଲି ବୋଲି ମୋଦି କହିଛନ୍ତି। […]

author-image
Chandan Shishu
ଅଦ୍ୟତନ ହୋଇଛି
ପୁଲଓ୍ୱାମା ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

narendra-modi

କେଭାଡିଆ: ରାଷ୍ଟ୍ରୀୟ ଏକତା ଦିବସରେ ପୁଲଓ୍ୱାମା ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଲଓ୍ୱାମା ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୋଦି। ଦେଶ କେବେ ବି ପୁଲଓ୍ୱାମା ଆକ୍ରମଣ ଭୁଲି ପାରିବନି ବୋଲି ସେ କହିଛନ୍ତି।

Advertisment

ସେ କହିଛନ୍ତି ଯେ କିଛି ବ୍ୟକ୍ତି ପୁଲଓ୍ୱାମା ଆକ୍ରମଣରେ ବି ରାଜନୈତିକ ସ୍ୱାର୍ଥ ଦେଖୁଥିଲେ। ସ୍ୱାର୍ଥରେ ଭରା ରାଜନୀତି ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏସବୁ ଶୁଣିବା ପରେ ବି ସେ ମୁହଁ ଖୋଲିନଥିଲି ବୋଲି ମୋଦି କହିଛନ୍ତି।

କିନ୍ତୁ ପଡ଼ୋଶୀ ଦେଶର ସଂସଦରେ ସତ ଉପରୁ ପରଦା ଉଠିଲା। ସଂସଦରେ ସତକୁ ପଡ଼ୋଶୀ ଦେଶ ସ୍ୱୀକାର କରିଛି। ପଡ଼ୋଶୀ ଦେଶର ସତ ସ୍ୱୀକାର ପରେ ବିରୋଧୀଙ୍କ ମୁଖା ଖୋଲିଛି ବୋଲି ସେ କହିଛନ୍ତି।

Advertisment

ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ବଡ଼ ଚିନ୍ତାର ବିଷୟ। ଆତଙ୍କବାଦ ବିରୋଧରେ ପୂରା ବିଶ୍ୱକୁ ଏକଜୁଟ୍ ହେବାକୁ ପଡ଼ିବ। ବିବିଧତାରେ ଏକତା ଆମର ପରିଚୟ। ଏହି ଏକତାକୁ ଭାଙ୍ଗିବାକୁ କିଛି ଶକ୍ତି ଅହରହ ଉଦ୍ୟମ କରୁଛନ୍ତି। ଏକତା ହିଁ ଆମକୁ ଅପରାଜେୟ, ଅସାଧାରଣ, ଅଦ୍ୱିତୀୟ କରିଛି ବୋଲି ସେ କହିଛନ୍ତି।

Advertisment
Advertisment