Advertisment

ନ୍ୟୁଜିଲାଣ୍ଡ ମନ୍ତ୍ରୀମଣ୍ଡଳରେ ଭାରତୀୟ ମହିଳା

ତିରୁବନନ୍ତପୁରମ୍‌: ପୁଣି ବିଦେଶରେ ଚମକିଲେ ଭାରତୀୟ ମହିଳା। ଜଣେ ଭାରତୀୟ ମହିଳା ନ୍ୟୁଜିଲାଣ୍ଡ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି। ମହିଳାଙ୍କ ନାଁ ପ୍ରିୟଙ୍କା ରାଧାକ୍ରିଷନ। ସେ କେରଳର ବାସିନ୍ଦା। ସୋମବାର ସେ ନ୍ୟୁଜଲାଣ୍ଡ ସରକାରରେ ମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି। ପ୍ରଧାନମନ୍ତ୍ରୀ ଜେକିଣ୍ଡା ଅର୍ଡର୍ନ ପ୍ରିୟଙ୍କାଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଇଛନ୍ତି। ୪୧ ବର୍ଷୀୟ ପ୍ରିୟଙ୍କା Community and Voluntary Sector ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରିୟଙ୍କାଙ୍କ ଜନ୍ମ ଚେନ୍ନାଇରେ । ସିଙ୍ଗାପୁରରେ ତାଙ୍କର […]

author-image
Minati Mishra
ଅଦ୍ୟତନ ହୋଇଛି
ନ୍ୟୁଜିଲାଣ୍ଡ ମନ୍ତ୍ରୀମଣ୍ଡଳରେ ଭାରତୀୟ ମହିଳା

keral

ତିରୁବନନ୍ତପୁରମ୍‌: ପୁଣି ବିଦେଶରେ ଚମକିଲେ ଭାରତୀୟ ମହିଳା। ଜଣେ ଭାରତୀୟ ମହିଳା ନ୍ୟୁଜିଲାଣ୍ଡ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି। ମହିଳାଙ୍କ ନାଁ ପ୍ରିୟଙ୍କା ରାଧାକ୍ରିଷନ। ସେ କେରଳର ବାସିନ୍ଦା। ସୋମବାର ସେ ନ୍ୟୁଜଲାଣ୍ଡ ସରକାରରେ ମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି। ପ୍ରଧାନମନ୍ତ୍ରୀ ଜେକିଣ୍ଡା ଅର୍ଡର୍ନ ପ୍ରିୟଙ୍କାଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଇଛନ୍ତି। ୪୧ ବର୍ଷୀୟ ପ୍ରିୟଙ୍କା Community and Voluntary Sector ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Advertisment

ପ୍ରିୟଙ୍କାଙ୍କ ଜନ୍ମ ଚେନ୍ନାଇରେ । ସିଙ୍ଗାପୁରରେ ତାଙ୍କର ବଢିବା ସହ ପାଠପଢା ମଧ୍ୟ ସେଠାରେ କରିଛନ୍ତି। ପାଠପଢା ଶେଷ ପରେ ସେ ନ୍ୟୁଜିଲାଣ୍ଡ ଆସିଥିଲେ। ୨୦୦୪ରେ ଲେବର ପାର୍ଟିରେ ମିଶିବା ପରେ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ସେ ଆକଲାଣ୍ଡରେ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ଗତ ଓଣମ ଅବସରରେ ସେ ଅର୍ଡନଙ୍କ ସହ ଲାଇଭରେ ଆସିଥିଲେ ଏବଂ ଲୋକଙ୍କୁ ଶୁଭକାମନା ଜଣାଇଥିଲେ। ଏହା ପରେ କେରଳର ଘରେ ଘରେ ଲୋକ ତାଙ୍କୁ ଚିହ୍ନିଥିଲେ। ପ୍ରିୟଙ୍କାଙ୍କୁ ମାଲାୟଲମ ଗୀତ ବହୁତ ପସନ୍ଦ। କେରଳର ଲୋକପ୍ରିୟ ଗାୟକ ୟେସୁଦାସ୍‌ ।

Advertisment
Advertisment
Advertisment