/odishatv-khabar/media/post_attachments/uploadimage/library/16_9/16_9_0/modi-maa_1626071711.jpg)
modi-maa
ଅହମ୍ମଦାବାଦ: କରୋନା ବିରୋଧରେ ଲଢେଇ ଜାରି ରହିଛି । ଏଥିପାଇଁ ଅନେକ ପ୍ରତିବନ୍ଧକ ବାଟ ଓଗାଳିଥିଲେ ବି ଅନେକ ସହାୟତାର ହାତ ଆଗକୁ ଆସିଛି । କୁନି ଝିଅଟିଏ ନିଜର କୁମ୍ପି ଭାଙ୍ଗି କରୋନା ମୁକାବିଲା ପାଇଁ ସହାୟତା ଦେଉଛି । ଅନେକ ବଦାନ୍ୟ ବ୍ୟକ୍ତି ଗରିବ ଲୋକଙ୍କୁ ନିଃସର୍ତ୍ତରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏଇ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍ । ସେ ନିଜ ସଞ୍ଚୟ ଟଙ୍କାରୁ ୨୫ ହଜାର ଟଙ୍କା କରୋନା ମୁକାବିଲା ପାଇଁ ‘ପିଏମ କେୟାର୍ସ ଫଣ୍ଡ’କୁ ଦାନ କରିଛନ୍ତି । ହୀରାବେନ ଏହି ରାଶି ସୋମବାର ପିଏମ କେୟାର୍ସ ଫଣ୍ଡକୁ ଦାନ କରିଛନ୍ତି ।
୯୮ ବର୍ଷୀୟ ହୀରାବେନ ଗୁଜରାଟ ଗାନ୍ଧିନଗରର ରାଇସିନ ଗାଁରେ ତାଙ୍କ ସାନ ପୁଅ ପଙ୍କଜ ମୋଦିଙ୍କ ସହ ରହୁଛନ୍ତି। ଅନେକ ସମୟରେ ଟିଭିରେ ତାଙ୍କୁ ମୋଦିଙ୍କ ବିଭିନ୍ନ କାର୍ଯ୍ୟର ସମର୍ଥନ କରୁଥିବା ଦେଖିବାକୁ ମିଳିଥାଏ । ଏହାପୂର୍ବରୁ ମୋଦି ଦେଶରେ ଜାରି କରିଥିବା ଜନତା କର୍ଫ୍ୟୁକୁ ମଧ୍ୟ ହୀରାବେନ ସମର୍ଥନ କରିଥିଲେ। ଏଥିପାଇଁ ସେ ସନ୍ଧ୍ୟା ୫ଟାରେ ପ୍ଲେଟ ବାଢ଼େଇ କରୋନାର ମୁକାବିଲା କରୁଥିବା ଲୋକଙ୍କୁ ସାଧୁବାଦ ଜଣାଇଥିଲେ। ୨୦୧୬ରେ ଦେଶରେ ବିମୁଦ୍ରାକରଣ ହୋଇଥିଲା। ଏହି ସମୟରେ ଟଙ୍କା ପାଇଁ ହୀରାବେନ ସମସ୍ତଙ୍କ ଭଳି ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ।
ସୂଚନାଥାଉ କି, ଏହି ଫଣ୍ଡ ପ୍ରଧାନମନ୍ତ୍ରୀ ମୋଦି କରୋନା ପୀଡିତଙ୍କ ସହାୟତା ପାଇଁ କରିଛନ୍ତି । ଏହି ଫଣ୍ଡକୁ ସାରା ଦୁନିଆରୁ ସହାୟତାର ସୁଅ ଛୁଟୁଛି । ତେବେ ହୀରାବେନଙ୍କର ଏହି ଛୋଟିଆ ସାହାଯ୍ୟ କରୋନ ପୀଡିତଙ୍କ ସେବାରେ ବହୁତ ସାହାଯ୍ୟ କରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)