Advertisment

ବିହାର ଇଲେକ୍ସନ ପ୍ରଚାର; କାହାକୁ ଜଙ୍ଗଲ୍ ରାଜ୍‌ର ଯୁବରାଜ କହିଲେ ମୋଦି ?

ପାଟନା: ଗୋଟିଏ ପଟେ ଭୋଟ୍, ଆରପଟେ ହାଇଭୋଲଟେଜ୍ କ୍ୟାମ୍ପେନିଂ। ବିହାର ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାରେ ଆଜି ୭୧ଟି ଆସନରେ ମତଦାନ ହୋଇଛି। ତେଣେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଲାଗି ଜବରଦସ୍ତ ପ୍ରଚାର ବି ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଆଜି ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। ସେପଟେ ମହାଗଠବନ୍ଧନ ଲାଗି ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବ ବି ଜୋରଦାର ପ୍ରଚାର କରିଛନ୍ତି। ଏନଡିଏ ପ୍ରାର୍ଥୀ ନୀତୀଶ […]

author-image
Abinash Pati
ବିହାର ଇଲେକ୍ସନ ପ୍ରଚାର; କାହାକୁ ଜଙ୍ଗଲ୍ ରାଜ୍‌ର ଯୁବରାଜ କହିଲେ ମୋଦି ?

pm modi

ପାଟନା: ଗୋଟିଏ ପଟେ ଭୋଟ୍, ଆରପଟେ ହାଇଭୋଲଟେଜ୍ କ୍ୟାମ୍ପେନିଂ। ବିହାର ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାରେ ଆଜି ୭୧ଟି ଆସନରେ ମତଦାନ ହୋଇଛି। ତେଣେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଲାଗି ଜବରଦସ୍ତ ପ୍ରଚାର ବି ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଆଜି ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। ସେପଟେ ମହାଗଠବନ୍ଧନ ଲାଗି ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବ ବି ଜୋରଦାର ପ୍ରଚାର କରିଛନ୍ତି।

Advertisment

ଏନଡିଏ ପ୍ରାର୍ଥୀ ନୀତୀଶ କୁମାରଙ୍କ ପାଇଁ ଭୋଟ ମାଗିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୀତୀଶଙ୍କ ଉପରେ ପ୍ରଶଂସା ଢାଳିବା ସହ ସେ ଆସିବା ପରେ ରାଜ୍ୟର ବିକାଶ ଧାରା ତ୍ୱରାନ୍ୱିତ ହୋଇଥିବା କହିଛନ୍ତି। ଅନ୍ୟପକ୍ଷରରେ ମହାଗଠବନ୍ଧନ ଓ ମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ୱୀ ଯାଦବଙ୍କ ଉପରରେ ଜୋରଦାର ଢଙ୍ଗରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ। ତେଜସ୍ୱୀଙ୍କୁ ଜଙ୍ଗଲ୍ ରାଜ୍‌ର ଯୁବରାଜ କହି କଟାକ୍ଷ କରିଥିଲେ ପ୍ରଧାନମନ୍ତ୍ରୀ।

ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧି ବାଲ୍ମିକୀନଗର ଓ କୁଶେଶ୍ୱର ରାଲିରେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ। ପ୍ରସଙ୍ଗ ଥିଲା ନିଯୁକ୍ତି ଓ ନୂଆ କୃଷି ଆଇନ। ଚମ୍ପାରନ୍ ରାଲିରେ ରାହୁଲ କହିଥିଲେ, ପ୍ରଧାନମନ୍ତ୍ରୀ ଗତଥର ଏଠାକୁ ଆସି ଚିନି କଳ ପ୍ରତିଷ୍ଠା କରିବେ ଏବଂ ଆପଣମାନଙ୍କ ସହ ଚାହା ପିଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେ ଚା ପିଇଲେ କି ବୋଲି ଲୋକଙ୍କୁ ପଚାରିଥିଲେ ରାହୁଲ। ଅନ୍ୟପକ୍ଷରେ ସାମ୍ବାଦିକ ସମ୍ମିଳନୀ ଡାକି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ତେଜସ୍ୱୀ।

Advertisment

ବିହାର ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୩ରେ ଦ୍ୱିତୀୟ ପର୍ଯ୍ୟାୟ ଓ ୭ରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ କରାଯିବ।

ଅନ୍ୟପଟେ ରାଜ୍ୟର ୨୪୩ରୁ ୭୧ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ଆଜି ମତଦାନ ହୋଇଛି। ୬ ମନ୍ତ୍ରୀଙ୍କୁ ମିଶାଇ ୧୦୬୬ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି। ଆଇନଶୃଙ୍ଖଳା ଓ ବିକାଶ ପ୍ରସଙ୍ଗକୁ ଆଖିରେ ରଖି ମତଦାନ କରିଥିବା ଅଧିକାଂଶ ଭୋଟର କହିଛନ୍ତି।

Advertisment
Advertisment