Advertisment

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଗୋଆ: ଗୋଆ ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ କାଭ୍‌ଲେକରଙ୍କ ମୋବାଇଲ୍‌ ଫୋନ୍‌ ହ୍ୟାକ୍‌ ହୋଇଛି। ହ୍ୟାକର୍‌ ଚନ୍ଦ୍ରକାନ୍ତଙ୍କ ମୋବାଇଲ୍ ହ୍ୟାକ୍ କରି ସେ ସଦସ୍ୟ ଥିବା ଏକ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ଆପତ୍ତିଜନକ ଭିଡିଓ ମଧ୍ୟ ଶେୟାର କରାଯାଇଛି। ଏନେଇ ଚନ୍ଦ୍ରକାନ୍ତ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଶୋଇଥିବା ବେଳେ ତାଙ୍କ ମୋବାଇଲ୍‌କୁ ହ୍ୟାକ୍ କରି ହ୍ୱାଟ୍ସଆପ୍‌ ଗ୍ରୁପ୍‌କୁ ମେସେଜ୍ ପଠାଯାଇଛି। ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ସାଇବର […]

author-image
Abinash Pati
ଅଦ୍ୟତନ ହୋଇଛି
ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

Chandrakant-Kavlekar

ଗୋଆ: ଗୋଆ ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ କାଭ୍‌ଲେକରଙ୍କ ମୋବାଇଲ୍‌ ଫୋନ୍‌ ହ୍ୟାକ୍‌ ହୋଇଛି। ହ୍ୟାକର୍‌ ଚନ୍ଦ୍ରକାନ୍ତଙ୍କ ମୋବାଇଲ୍ ହ୍ୟାକ୍ କରି ସେ ସଦସ୍ୟ ଥିବା ଏକ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ଆପତ୍ତିଜନକ ଭିଡିଓ ମଧ୍ୟ ଶେୟାର କରାଯାଇଛି। ଏନେଇ ଚନ୍ଦ୍ରକାନ୍ତ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଶୋଇଥିବା ବେଳେ ତାଙ୍କ ମୋବାଇଲ୍‌କୁ ହ୍ୟାକ୍ କରି ହ୍ୱାଟ୍ସଆପ୍‌ ଗ୍ରୁପ୍‌କୁ ମେସେଜ୍ ପଠାଯାଇଛି। ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ସାଇବର ଥାନାରେ ମାମଲା କରିଛନ୍ତି ଗୋଆର ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ କାଭ୍‌ଲେକର। ଯିଏ ବି ଏହି ମାମଲାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ବିରୋଧରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଥାନାରେ ଅଭିଯୋଗ କରିଛନ୍ତି ଚନ୍ଦ୍ରକାନ୍ତ।

Advertisment
Advertisment