/odishatv-khabar/media/post_attachments/uploadimage/library/16_9/16_9_0/doctor-1_1625127321.jpg)
doctor
ନୂଆଦିଲ୍ଲୀ: ଫାଇଜର୍ ଦ୍ୱାରା ପ୍ରସ୍ତୁତ କରୋନା ଟିକାରେ ଏକ ବଡ଼ ଚ୍ୟାଲେଞ୍ଜ ଥିବା କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ। କାରଣ ଏହି ଭ୍ୟାକ୍ସିନ୍କୁ ମାଇନସ୍ ୭୦ ସେଣ୍ଟିଗ୍ରେଡ୍ରେ ରଖିବାକୁ ପଡ଼ିବ। ଭାରତ ପରି ବିକାଶଶୀଳ ଦେଶରେ ବିଶେଷ କରି ଗ୍ରାମାଞ୍ଚଳରେ ମାଇନସ୍ ୭୦ ଡିଗ୍ରୀ ସେଲ୍ସିୟମର କୋଲ୍ଡ ଚେନ୍ ବଜାୟ ରଖିବା ବହୁତ କଷ୍ଟ। ଟିକା ନେଇ ଲୋକଙ୍କୁ ଦିଆଯିବା ପର୍ଯ୍ୟନ୍ତ ଏତେ ଥଣ୍ଡା ପରିବେଶରେ ଟିକା ରଖିବାକୁ ପଡ଼ିବ। ତେଣୁ ଏହା ଏକ ଚ୍ୟାଲେଞ୍ଜ ବୋଲି ଗୁଲେରିଆ କହିଛନ୍ତି।
Advertisment
ତେବେ ଆଶ୍ୱସ୍ତିର କଥା ହେଲା ଆଉ କେତେକ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲିଥିବା ଗୁଲେରିଆ ସୂଚନା ଦେଇଛନ୍ତି। କିଛି ଦିନ ଭିତରେ ଦିଲ୍ଲୀରେ କରୋନା ସଂକ୍ରମଣ ଯେଭଳି ଭୟଙ୍କର ଭାବେ ବଢ଼ିଛି, ତାର କାରଣ ଅଧିକ ଭିଡ଼ ବୋଲି ଗୁଲେରିଆ କହିଛନ୍ତି। ଲୋକେ ସତର୍କତାମୂଳକ ପଦକ୍ଷେପ ନ ନେଇ ଗହଳି କରୁଥିବାରୁ ଏହି ସମସ୍ୟା ଦେଖା ଦେଇଛି। ଏହାକୁ ଯେମିତି ହେଲେ ରୋକିବାକୁ ପଡ଼ିବ ବୋଲି ଗୁଲେରିଆ କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)