Advertisment

ଡିସେମ୍ବର ୧୧ରେ ଆସିବ କରୋନା ଟିକା ‘ଫାଇଜର’

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧୧ରେ ଆସିବ କରୋନା ଟିକା । ଏନେଇ ଘୋଷଣା କରିଛି ଆମେରିକାର ଫାଇଜର ଫାର୍ମା କଂପାନି। ଆମେରିକାର ଜରୁରୀକାଳୀନ ଅଧିକାରୀଙ୍କ ପାଖରେ ଅନୁମୋଦନ ପାଇଁ ଆବେଦନ କରାଯାଇଛି। ଜର୍ମାନୀର ବାଇନଟେକ୍‌ କମ୍ପାନୀ ସହ ମିଳିତ ଭାବେ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକା ୯୫ ପ୍ରତିଶତ ସଫଳ ହୋଇଥିବା ପୂର୍ବରୁ ଦାବି କରିଥିଲା । ଏହାର ବ୍ୟବହାର ପାଇଁ ଏକ ଆବେଦନ ମଧ୍ୟ ହୋଇସାରିଛି।  କଂପାନିର ଆବେଦନ ଉପରେ ଆସନ୍ତା ଡିସେମ୍ବର ୧୦ […]

author-image
Minati Mishra
ଅଦ୍ୟତନ ହୋଇଛି
ଡିସେମ୍ବର ୧୧ରେ ଆସିବ କରୋନା ଟିକା ‘ଫାଇଜର’

pfizer

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧୧ରେ ଆସିବ କରୋନା ଟିକା । ଏନେଇ ଘୋଷଣା କରିଛି ଆମେରିକାର ଫାଇଜର ଫାର୍ମା କଂପାନି। ଆମେରିକାର ଜରୁରୀକାଳୀନ ଅଧିକାରୀଙ୍କ ପାଖରେ ଅନୁମୋଦନ ପାଇଁ ଆବେଦନ କରାଯାଇଛି।

Advertisment

ଜର୍ମାନୀର ବାଇନଟେକ୍‌ କମ୍ପାନୀ ସହ ମିଳିତ ଭାବେ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକା ୯୫ ପ୍ରତିଶତ ସଫଳ ହୋଇଥିବା ପୂର୍ବରୁ ଦାବି କରିଥିଲା । ଏହାର ବ୍ୟବହାର ପାଇଁ ଏକ ଆବେଦନ ମଧ୍ୟ ହୋଇସାରିଛି।  କଂପାନିର ଆବେଦନ ଉପରେ ଆସନ୍ତା ଡିସେମ୍ବର ୧୦ ତାରିଖରେ FDA ଭାକ୍ସିନ ଆଡଭାଇଜରି କମିଟିର ବୈଠକ ବସିବ ।

ଏହାପରେ ୧୧ କିମ୍ବା ୧୨ ତାରିଖରେ ଅନୁମୋଦନ ମିଳିପାରେ।  ଅନୁମୋଦନ ମିଳିବା ପରେ ସଙ୍ଗେସଙ୍ଗେ ଆମେରିକାରେ ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ତେବେ ଫାଇଜର ଭେକ୍ସିନ ମାଇନସ୍‌ ୭୦ ଡିଗ୍ରୀ ତାପମାତ୍ରାରେ ରହୁଥିବାରୁ ଏହାର ପରିବହନ ଓ ବଣ୍ଟନରେ ଅସୁବିଧା ହେବା ଆଶଙ୍କା ରହିଛି ।

Advertisment

Advertisment
Advertisment