Advertisment

ସ୍ୱାମୀଙ୍କ ୪ର୍ଥ ବିବାହ ପାଇଁ ତିନି ପତ୍ନୀ ମିଶି ଖୋଜୁଛନ୍ତି କନ୍ୟା

author-image
Minati Mishra
ସ୍ୱାମୀଙ୍କ ୪ର୍ଥ ବିବାହ ପାଇଁ ତିନି ପତ୍ନୀ ମିଶି ଖୋଜୁଛନ୍ତି କନ୍ୟା

muslim

ଇସ୍‌ଲାମବାଦ: ହୁଏତ ବିବାହ ଏକ ସାଧାରଣ କଥା। ନିର୍ଦ୍ଦିଷ୍ଟ ବୟସ ଆସିଲେ ସମସ୍ତେ ବିବାହ କରନ୍ତି । ହେଲେ ସିଆଲକୋଟ ବାସିନ୍ଦା ଅଦନାନଙ୍କ ବାହାଘର କଥା ନିଆରା। ତାଙ୍କ ବାହାଘର କାହାଣୀ ଶୁଣିଲେ ଆପଣ ବି ଚକିତ ହୋଇଯିବେ। କାରଣ ମାତ୍ର ୨୨ ବର୍ଷ ବୟସରେ ଅଦନାନ ୪ର୍ଥ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି। ତାଙ୍କର ପୂର୍ବରୁ ୩ ଜଣ ପତ୍ନୀ ଅଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଅଦନାନଙ୍କ ଏହି ୪ ର୍ଥ ବିବାହ ପାଇଁ ତିନି ପତ୍ନୀ ବିରୋଧ କରୁନାହାନ୍ତି। ବରଂ ସେମାନେ ସମସ୍ତେ ମିଶି ପତ୍ନୀ ଖୋଜିବାରେ ଅଦନାନଙ୍କୁ ସାହାଯ୍ୟ କରୁଛନ୍ତି।

Advertisment

୧୬ ବର୍ଷ ବୟସରେ ପ୍ରଥମ ବିବାହ କରିଥିଲେ ଅଦନାନ୍‌। ଏହାପରେ ୨୦ ବର୍ଷ ବୟସରେ ପଢିବା ସମୟରେ ସେ ଦ୍ୱିତୀୟ ବିବାହ କରିଥିଲେ। ଗତବର୍ଷ ଅଦନାନ ତୃତୀୟ ବିବାହ କରିଥିଲେ।ଏବେ କରିବେ ୪ର୍ଥ ବିବାହ। ୪ର୍ଥ ବିବାହ ପାଇଁ ଅଦନାନା ଏକ ସର୍ତ୍ତ ମଧ୍ୟ ରଖିଛନ୍ତି।

ଏଥର ସେ ଏପରି ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଛନ୍ତି ଯାହାଙ୍କ ନାମ ଇଂରାଜୀ ଅକ୍ଷର ‘S’ରୁ ଆରମ୍ଭ ହୋଇଥିବ। କାରଣ ତାଙ୍କର ଅନ୍ୟ ତିନି ପତ୍ନୀଙ୍କ ନାମ ମଧ୍ୟ ‘S’ରୁ ଆରମ୍ଭ । ସେମାନଙ୍କ ନାମ ଶୁମ୍ବଲ, ଶୁବାନା ଏବଂ ଶାହିଦା।

Advertisment

ସବୁ ପତ୍ନୀଙ୍କ ମଧ୍ୟରେ ବେଶ ଭଲ ବୁଝାମଣା ରହିଛି। ସେମାନଙ୍କର ୫ଟି ସନ୍ତାନ ରହିଛି। ପ୍ରଥମ ପତ୍ନୀ ଶୁମ୍ବଲଙ୍କର୨ଟି, ଶୁବାନାଙ୍କ ୨ଟି  ସନ୍ତାନ ଅଛନ୍ତି। ତେବେ ଶୁବାନାଙ୍କର ଗୋଟିଏ ସନ୍ତାନକୁ ଶାହିଦ୍‌ ନିଜ କୋଳକୁ ନେଇ ଯାଇଛନ୍ତି। ତେବେ ଆଜିକାଲି ଯୁଗରେ ଗୋଟିଏ ପତ୍ନୀ ଏବଂ ଗୋଟିଏ ସନ୍ତାନକୁ ନେଇ ପରିବାର ଚଳାଇବା ଏତେ କଷ୍ଟ ହେଉଛି। ଏପରି ସ୍ଥିତିରେ ଅଦନାନ କିପରି ତାଙ୍କର ପରିବାର ଚଳାଉଛନ୍ତି ?

ଏ ନେଇ ଅଦନାନ କହିଛନ୍ତି, ତାଙ୍କ ପରିବାରର ମାସିକ ଖର୍ଚ୍ଚ ପାକିସ୍ତାନୀ ଟଙ୍କାରେ ଏକ ଲକ୍ଷରୁ ଦେଢ ଲକ୍ଷ ମଧ୍ୟରେ ଯାହାକୁ  ଅଦନାନ ଖୁବ୍‌ ସହଜରେ ପୂରଣ କରିଦିଅନ୍ତି। ଅଦନାନଙ୍କର ବ୍ୟବସାୟ ଅଛି। ପ୍ରଥମ ପତ୍ନୀଙ୍କୁ ବିବାହ କରିବା ପରେ ତାଙ୍କ ବ୍ୟବସାୟ ବଢିଥିଲା।

ଅଦନାନ କହନ୍ତି, ତିନି ପତ୍ନୀଙ୍କୁ ଏକ ସାଙ୍ଗରେ ସମ୍ଭାଳିଛନ୍ତି। ସମସ୍ତଙ୍କୁ ସମାନ ସମୟ ଦିଅନ୍ତି। ବାହାରକୁ ବୁଲିବାକୁ ଗଲେ କିମ୍ବା ଶପିଂ କରିବାକୁ ଗଲେ ଅଦନାନ ତିନି ପତ୍ନୀଙ୍କୁ ସାଙ୍ଗରେ ନେଇ ଯାଆନ୍ତି। ତିନି ପତ୍ନୀ ପରସ୍ପରକୁ ବି ବେଶ ସମ୍ମାନ ଦିଅନ୍ତି ଓ ମିଳିମିଶି ରୁହନ୍ତି। ତିନି ଜଣ ମିଶି ଘର କାମ ମଧ୍ୟ କରନ୍ତି।

Advertisment
Advertisment