/odishatv-khabar/media/post_attachments/uploadimage/library/16_9/16_9_0/coronavirus-12_1625396177.jpg)
coronavirus
ନୂଆଦିଲ୍ଲୀ: ଦିନକରେ ଦେଶରେ ୬୦ ହଜାର ୯୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୮୪୮ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ କରୋନାଜନିତ ମୋଟ ମୃତ୍ୟୁସଂଖ୍ୟା ୫୮,୩୯୦ରେ ପହଞ୍ଚିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬୭ ହଜାର ୩୨୪କୁ ବୃଦ୍ଧି ପାଇଛି। ସେହିଭଳି ମୋଟ ଆକ୍ଟିଭ୍ କେସ୍- ୭,୦୪,୩୪୮ ରହିଛି। ଏପର୍ଯ୍ୟନ୍ତ କରୋନାରୁ ଦେଶରେ ୨୪,୦୪,୫୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଅନ୍ୟପଟେ ମହାରାଷ୍ଟ୍ରରେ କିନ୍ତୁ କରୋନା ତଣ୍ଡବ ଥମିବାର ନାଁ ନେଉନାହିଁ। ଏଠାରେ ଏପର୍ଯ୍ୟନ୍ତ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ସର୍ବାଧିକ ୨୨ ହଜାର ୪୬୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ତାମିଲନାଡୁରେ କରୋନା କାୟା ଜାରି ରହିଛି। ଏଠାରେ ୬୬୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକ- ୪୮୧୦, ଦିଲ୍ଲୀରେ ୪୩୧୩ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)