Advertisment

ଏକ କୋଟିରୁ ଅଧିକ ଗ୍ରାହକ ଆଦୌ ଦେଇ ନାହାନ୍ତି ବିଜୁଳି ବିଲ୍

ଲକ୍ଷ୍ନୌ: ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ବିଜୁଳି ଯୋଗାଇ ଦେବାକୁ ଉତ୍ତରପ୍ରଦେଶ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଉତ୍ତମ ଇଲେକ୍ଟ୍ରିକ ସେବା ଯୋଗାଇ ଦେବାକୁ ପୂର୍ବାଞ୍ଚଳ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକୁ ଘରୋଇକରଣ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଦ୍ୟୁତ୍ ସଂଯୋଗ ନେଇଥିବା ୩୮ ପ୍ରତିଶତ ଲୋକ କନେକ୍ସନ୍‌ ନେବା ପୂର୍ବରୁ ଏପର୍ଯ୍ୟନ୍ତ ଟଙ୍କାଟିଏ ବି ବିଦ୍ୟୁତ୍ ବିଲ୍ ଦେଇ ନାହାନ୍ତି। ମାଗଣାରେ ବିଦ୍ୟୁତ୍ ଜାଳୁଛନ୍ତି। ୟୁପି ପାୱାର କରପୋରେସନ ଲିମିଟେଡ୍‌ର […]

author-image
Abinash Pati
ଏକ କୋଟିରୁ ଅଧିକ ଗ୍ରାହକ ଆଦୌ ଦେଇ ନାହାନ୍ତି ବିଜୁଳି ବିଲ୍

BIJULI

ଲକ୍ଷ୍ନୌ: ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ବିଜୁଳି ଯୋଗାଇ ଦେବାକୁ ଉତ୍ତରପ୍ରଦେଶ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଉତ୍ତମ ଇଲେକ୍ଟ୍ରିକ ସେବା ଯୋଗାଇ ଦେବାକୁ ପୂର୍ବାଞ୍ଚଳ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକୁ ଘରୋଇକରଣ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।

Advertisment

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଦ୍ୟୁତ୍ ସଂଯୋଗ ନେଇଥିବା ୩୮ ପ୍ରତିଶତ ଲୋକ କନେକ୍ସନ୍‌ ନେବା ପୂର୍ବରୁ ଏପର୍ଯ୍ୟନ୍ତ ଟଙ୍କାଟିଏ ବି ବିଦ୍ୟୁତ୍ ବିଲ୍ ଦେଇ ନାହାନ୍ତି। ମାଗଣାରେ ବିଦ୍ୟୁତ୍ ଜାଳୁଛନ୍ତି।

ୟୁପି ପାୱାର କରପୋରେସନ ଲିମିଟେଡ୍‌ର ଅଧ୍ୟକ୍ଷ ଅରବିନ୍ଦ କୁମାର ଏନେଇ ସିରିଜ୍‌ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ରାଜ୍ୟରେ ୨.୮୩ ବିଜୁଳି ଉପଭୋକ୍ତାଙ୍କ ମଧ୍ୟରୁ ୧.୦୯ କୋଟି ଗ୍ରାହକ ସେମାନଙ୍କ ବିଲ୍‌ ଦେଇନାହାନ୍ତି। ଏମାନଙ୍କ ମଧ୍ୟରୁ କେବଳ ଗ୍ରାମାଞ୍ଚଳରେ ୯୬% ଗ୍ରାହକ ଉପଭୋକ୍ତ ବିଲ ପୈଠ କରିନାହାଁନ୍ତି। ଏମାନଙ୍କ ଉପରେ ୟୁପି ପାୱାର କର୍ପୋରେସନ ଲିଃମିଟେଡ୍‌ର ପ୍ରାୟ ୬୮,୦୦୦ କୋଟି ଟଙ୍କା ବାକି ରହିଛି ବୋଲି ଅରବିନ୍ଦ କୁମାର କହିଛନ୍ତି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଲ୍‌ ପୈଠ କରି ନଥିବା ୧ କୋଟି ଲୋକଙ୍କ ମଧ୍ୟରୁ ୪୩ ଲକ୍ଷ ଲୋକ ପୂବାଞ୍ଚଳ ଡିସକମର। ଏଠାରେ ମୋଟ ୮୩ ଲକ୍ଷ ଗ୍ରାହକ ରହିଛନ୍ତି। ପୂର୍ବାଞ୍ଚଳ ବିତରଣ କମ୍ପାନୀ ଅଧୀନରେ ଆଜମଗଡ଼, ବାରାଣସୀ, ଗୋରଖପୁର, ବସ୍ତି ଓ ପ୍ରୟାଗରାଜ ରହିଛି।

ପୂବାଞ୍ଚଳ ପଛକୁ ମଧ୍ୟମ ଅଞ୍ଚଳ ରହିଛି। ଏଠାରେ ୩୩.୪୫ ଲକ୍ଷ ଗ୍ରାହକ ସଂଯୋଗ ନେବା ଦିନ ଠାରୁ କେବେ ହେଲେ ବିଜୁଳି ବିଲ୍‌ ପ୍ରଦାନ କରିନାହାନ୍ତି। ଦକ୍ଷିଣାଞ୍ଚଳରେ ୫୫ ଲକ୍ଷ ଗ୍ରାହକ ଥିବା ବେଳେ ଏମାନଙ୍କ ମଧ୍ୟରୁ ୨୨ ଲକ୍ଷ ଲୋକ ବିଲ୍‌ ଦେଉନାହାନ୍ତି। ତେବେ ପଶ୍ଚିମାଞ୍ଚଳରେ ମାତ୍ର ୧୦ ଲକ୍ଷରୁ ସାମାନ୍ୟ ଅଧିକ ଲୋକ ବିଲ୍‌ ପୈଠ କରୁନାହାନ୍ତି। ଏଠାରେ ଗ୍ରାହକଙ୍କ ସଂଖ୍ୟା ୬୫ ଲକ୍ଷ ରହିଛି।

Advertisment
Advertisment