Advertisment

ମଙ୍ଗଳ ଗ୍ରହରେ ହେବ ହ୍ୟୁମାନ କଲୋନୀ ! ଜାଣନ୍ତି, କେତେ ଲୋକ ଯିବେ ?

ନୂଆଦିଲ୍ଲୀ:ମଙ୍ଗଳ ଗ୍ରହରେ ରହି ପାରିବ କି ମଣିଷ ? ଜନବସତି ଏଠି ସମ୍ଭବ ହେବ କି ? ଯଦି ସମ୍ଭବ ହୁଏ ତେବେ ହ୍ୟୁମାନ କଲୋନୀ ପାଇଁ ପ୍ରାରମ୍ଭିକ ସ୍ତରରେ କେତେ ଲୋକ ଏଠାରେ ରହିବା ଦରକାର ? ଏମିତି ଅନେକ ପ୍ରଶ୍ନ ଆସେ ମନରେ। ତେବେ ଏହା କେବଳ ଆଉ ପ୍ରଶ୍ନ ହୋଇ ନାହିଁ, ମହାକାଶବିଜ୍ଞାନୀ ଏହାର ସମାଧାନ କରିସାରିଲେଣି। ଏକ ଅଧ୍ୟୟନରୁ ଜଣଯାଇଛି, ମଙ୍ଗଳ ଗ୍ରହରେ ରହିବା ହ୍ୟୁମାନ କଲୋନୀ ବସାଇବା ପାଇଁ ବହୁତ […]

author-image
Minati Mishra
ମଙ୍ଗଳ ଗ୍ରହରେ ହେବ ହ୍ୟୁମାନ କଲୋନୀ ! ଜାଣନ୍ତି, କେତେ ଲୋକ ଯିବେ ?

mangal

ନୂଆଦିଲ୍ଲୀ:ମଙ୍ଗଳ ଗ୍ରହରେ ରହି ପାରିବ କି ମଣିଷ ? ଜନବସତି ଏଠି ସମ୍ଭବ ହେବ କି ? ଯଦି ସମ୍ଭବ ହୁଏ ତେବେ ହ୍ୟୁମାନ କଲୋନୀ ପାଇଁ ପ୍ରାରମ୍ଭିକ ସ୍ତରରେ କେତେ ଲୋକ ଏଠାରେ ରହିବା ଦରକାର ? ଏମିତି ଅନେକ ପ୍ରଶ୍ନ ଆସେ ମନରେ। ତେବେ ଏହା କେବଳ ଆଉ ପ୍ରଶ୍ନ ହୋଇ ନାହିଁ, ମହାକାଶବିଜ୍ଞାନୀ ଏହାର ସମାଧାନ କରିସାରିଲେଣି।

Advertisment

ଏକ ଅଧ୍ୟୟନରୁ ଜଣଯାଇଛି, ମଙ୍ଗଳ ଗ୍ରହରେ ରହିବା ହ୍ୟୁମାନ କଲୋନୀ ବସାଇବା ପାଇଁ ବହୁତ ବେଶି ଲୋକଙ୍କର ଆବଶ୍ୟକ ନାହିଁ। ଯେତିକି ଲୋକ ରହି ପାରିବେ, କାମ କରିପାରିବେ ଏବଂ ଯେଉଁମାନଙ୍କ ଦ୍ୱାରା ସେଠାରେ କିଛି କାମ ହୋଇପାରିବ, ସେତିକି ଲୋକଙ୍କୁ ନେଇ ମଙ୍ଗଳ ଗ୍ରହରେ ହ୍ୟୁମାନ କଲୋନୀ କରାଯିବ।

ଫ୍ରାନ୍ସର ବୋର୍ଡିକ୍ସ ଇନ୍‌ଷ୍ଟିଚ୍ୟୁଟ ଅଫ ନାଶନାଲ ପଲିଟେକ୍‌ନିକ୍‌ ପ୍ରଫେସର ଜୀନ ମାର୍କ ସଲ୍ଲୋଟି ଏ ବିଷୟରେ ଗବେଷଣା କରି ଏକ ଗାଣିତିକ ଫର୍ମୁଲାରେ ଏହାର ସମାଧାନ କରିଛନ୍ତି। ଜୀନ କହିଛନ୍ତି, ୧୧୦ ଜଣ ଲୋକଙ୍କୁ ନେଇ ମଙ୍ଗଳରେ ହ୍ୟୁମାନ କଲୋନୀ ସ୍ଥାପନ କରିହେବ। କାରଣ ସେଠାରେ ଯିଏ ବି ରହିବେ ସେମାନଙ୍କୁ ବହୁତ ଜରୁରୀ କାମ କରିବାକୁ ପଡ଼ିବ।

Advertisment

ଜୀନ୍‌ଙ୍କ କହିବା ଅନୁଯାୟୀ, ଅନ୍ତରୀକ୍ଷ କମ୍ପାନୀ ଯେମିତି ସ୍ପେଶ ଏକ୍ସ ଏମିତି ରକେଟ କରିଛି ଯାହା ଏକସାଙ୍ଗରେ ଅନେକ ଲୋକଙ୍କୁ ମଙ୍ଗଳ ଗ୍ରହରେ ପହଞ୍ଚାଇ ପାରିବ।

ଯିଏ ବି ମଙ୍ଗଳ ଗ୍ରହରେ ରହିବାକୁ ଚାହୁଁଥିବ ତାକୁ ସେଠିକାର ଗଣିତ, ପାଣିପାଗ ଏବଂ କାମ ଅନୁସାରେ ଚଳିବାକୁ ପଡ଼ିବ। ଏଠାରେ ରହିବା ପାଇଁ ବହୁତ ବଡ ଡୋମ ବା ଗୁବନ୍ଦ ତିଆରି କିରବାକୁ ପଡ଼ିବ। ଯେଉଁଥିରେ ଲଗାତାର ଅକ୍ସିଜେନ ସପ୍ଲାଇ କରଯାଇ ପାରିବ। ଏଠାରେ କୃଷି ଏବଂ ଉଦ୍ୟୋଗ ଉଭୟ ରଖିବାକୁ ପଡ଼ିବ। ଏହାଦ୍ୱାରା ଲୋକଙ୍କୁ ଖାଦ୍ୟ ଏବଂ କାମ ଉଭୟ ମିଳିପାରିବ।

ମଙ୍ଗଳ ଗ୍ରହରେ ଯେତେଯେତେ ଆବଶ୍ୟକତା ବଢିବ, ଜୀବନଶୈଳୀର ବିକାଶ ହେବ। ସେତେବେଳେ ସେଠି  ଲୋକଙ୍କ ବଢାଇ ଦିଆଯିବ। ପ୍ରଫେସର ଜୀନ ଏକଥା ମଧ୍ୟ କହିଛନ୍ତି, ବିନା କାମରେ ସେଠାରେ ରହିବା କଷ୍ଟସାଧ୍ୟ ହୋଇପଡ଼ବ। ଜୀନ ତାଙ୍କର ଏହି ଗବେଷଣା ସମ୍ପକିତ ତଥ୍ୟ ମାଗାଜିତ ନେଚରରେ ପ୍ରକାଶ ପାଇଛି।

Mars Solar System Human Colony In Mars Space Scientists
Advertisment
Advertisment