Advertisment

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ନୂଆଦିଲ୍ଲୀ: ଦିନକୁ ଦିନ ପିଆଜ ଦର ବଢିବାରେ ଲାଗିଛି। ବାହାର ଜଳଖୀଆ ଦୋକାନ ହେଉ ଅବା ରୋଷେଇ ଶାଳ ପିଆଜର ଆଜିକାଲି କମ୍‌ ଦେଖା ମିଳୁଛି। ଏବେ ଏଦି ଦର୍‌ଦାମ୍‌ର ବୃଦ୍ଧି ଭିତରୁ ୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି ହୋଇଥିବା ଖବର ମିଳିଛି। ଏଭଳି ଘଟଣା ଘଟିଛି  ମହାରାଷ୍ଟ୍ର ପୁଣେରେ। ପିଆଜ ଚୋରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୁଣେ ରୁରାଲ ପୋଲିସ। ମହାରାଷ୍ଟ୍ରରେ ପିଆଜ ଦର ଏବେ ଆକାଶ ଛୁଆଁ ହୋଇଥିବା […]

author-image
Biswobandita Swain
ଅଦ୍ୟତନ ହୋଇଛି
୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

onion-price

ନୂଆଦିଲ୍ଲୀ: ଦିନକୁ ଦିନ ପିଆଜ ଦର ବଢିବାରେ ଲାଗିଛି। ବାହାର ଜଳଖୀଆ ଦୋକାନ ହେଉ ଅବା ରୋଷେଇ ଶାଳ ପିଆଜର ଆଜିକାଲି କମ୍‌ ଦେଖା ମିଳୁଛି। ଏବେ ଏଦି ଦର୍‌ଦାମ୍‌ର ବୃଦ୍ଧି ଭିତରୁ ୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି ହୋଇଥିବା ଖବର ମିଳିଛି।

Advertisment

ଏଭଳି ଘଟଣା ଘଟିଛି  ମହାରାଷ୍ଟ୍ର ପୁଣେରେ। ପିଆଜ ଚୋରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୁଣେ ରୁରାଲ ପୋଲିସ। ମହାରାଷ୍ଟ୍ରରେ ପିଆଜ ଦର ଏବେ ଆକାଶ ଛୁଆଁ ହୋଇଥିବା ବେଳେ ପିଆଜ ଚୋରି ଘଟଣା ସାମ୍ନାକୁ ଆସିଛି।

ତେବେ ଏକ ଦୋକାନର ସଟର ତାଡ଼ି ଦୁର୍ବୃତ୍ତମାନେ ୫୮ ବସ୍ତା ପିଆଜ ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଯାହାର ମୂଲ୍ୟ ୨ ଲକ୍ଷ ୩୫ ହଜାର ଟଙ୍କା ହେବ।  ଗତ ଅକ୍ଟୋବର ୨୧ ତାରିଖରେ ଏହି ଘଟଣା ଘଟିଛି।

Advertisment

ସେପଟେ ଅଭିଯୁକ୍ତଙ୍କଠାରୁ ୪୯ ବସ୍ତା ପିଆଜ ଉଦ୍ଧାର କରାଯାଇଛି। ଯାହାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ। ତେବେ ବାକି ପିଆଜ ଅଭିଯୁକ୍ତମାନେ ବିକ୍ରି କରିଦେଇଥିବା ଜଣାପଡ଼ିଛି ।

Advertisment
Advertisment