/odishatv-khabar/media/post_attachments/uploadimage/library/16_9/16_9_0/iit_1625122755.jpg)
iit
ନୂଆଦିଲ୍ଲୀ: ବିଭିନ୍ନ ଆଇଆଇଟି ପକ୍ଷରୁ ଚଳିତ ଶିକ୍ଷାବର୍ଷରେ ନୂଆ ନୂଆ କୋର୍ସ ଆରମ୍ଭ କରାଯିବ। ଏଥିରେ ପବ୍ଲିକ ପଲିସି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡିଜାଇନ ଭଳି କୋର୍ସ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ଆଇଆଇଟି ପକ୍ଷରୁ ଅନଲାଇନ କୋର୍ସ ମଧ୍ୟ ରହିବ।
ନୂଆ ଆରମ୍ଭ ହେଉଥିବା କୋର୍ସଅଗୁଡିକରେ ଛାତ୍ରମାନଙ୍କ ସହ କର୍ମଜୀବୀମାନେ ମଧ୍ୟ ନାଁ ଲେଖାଇପାରିବେ। ଆଇଆଇଟି ଦିଲ୍ଳୀ ପକ୍ଷରୁ ଦୁଇ ବର୍ଷିଆ ମାଷ୍ଟର ଅଫ୍ ପବ୍ଲିକ ପଲିସି କୋର୍ସ ଆରମ୍ଭ ହୋଇଛି । ଚଳିତବର୍ଷ ଆଇଆଇଟି ରୁରକିରେ ଡିପାର୍ଟମେଣ୍ଟ ଅଫ୍ ଡିଜାଇନ ନାଁରେ ନୂଆ ବିଭାଗ ଖୋଲିଛି ।
ଏଥିରେ ମାଷ୍ଟର ଅଫ୍ ଡିଜାଇନ୍ ଓ ମାଷ୍ଟର ଅଫ୍ ଇନୋଭେସନ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଆରମ୍ଭ ହେବ। ଏଥିସହ ଆଇଆଇଟି ହାଇଦ୍ରାବାଦ ପକ୍ଷରୁ ୭ଟି ଅନଲାଇନ ଏମଟେକ୍ ଓ MDes କୋର୍ସ ଆରମ୍ଭ ହେଉଛି । ଆଇଆଇଟି କାନପୁର ପକ୍ଷରୁ ୪ଟି ଇ ମାଷ୍ଟର କୋର୍ସ ଆରମ୍ଭ ହେଉଛି । ଆଇଆଇଟି ଦିଲ୍ଲୀ ପକ୍ଷରୁ ଏମଟେକ୍ ଇନ୍ ଇଲେକଟ୍ରିକ୍ ମୋବିଲିଟି ନାଁରେ ନୂଆ ପାଠ୍ୟକ୍ରମ ଆରମ୍ଭ ହେଉଛି । ଆଇଆଇଟି ମାଦ୍ରାସ ପକ୍ଷରୁ ଏପ୍ଲାଏଡ୍ ଡାଟା ସାଇନସ ଏଣ୍ଡ ମେସିନ୍ ଇଣ୍ଟେଲିଜେନ୍ସ କୋର୍ସ ଆରମ୍ଭ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)