/odishatv-khabar/media/post_attachments/uploadimage/library/16_9/16_9_0/Untitled-2_1625103333.jpg)
Untitled-2
ନୂଆଦିଲ୍ଲୀ: ପୂର୍ବ ଲଦାଖରେ ମୁତୟନ ଯବାନଙ୍କ ପାଇଁ ସେନା ପକ୍ଷରୁ ଅତ୍ୟାଧୁନିକ ବିଲଡିଂର ର୍ନିମାଣ ହୋଇଛି । ଏହି ବିଲଡିଂ ଅସହ୍ୟ ଥଣ୍ଡାରେ ଯବାନମାନଙ୍କ ସୁରକ୍ଷା କବଚ ସାଜିବ । ନଭେମ୍ବର ମାସ ପରେ ଏଠାରେ ପ୍ରତିବର୍ଷ ୪୦ ଫୁଟ ବରଫପାତ ହୋଇଥାଏ । ସେହିପରି ତାପମାତ୍ରା ମାଇନସ୍ ୩୦ରୁ ୪୦ ଡିଗ୍ରୀ ସେଲସିୟସ ହୋଇଯାଇଥାଏ ।
ହେଲେ ଭାରତୀୟ ସେନା ପାଇଁ ର୍ନିମାଣ ହୋଇଥିବା ଏହି ଅତ୍ୟାଧୁନିକ କୋଠରୀ ଯବାନଙ୍କୁ ମାଇନସ୍ ୪୦ ଡିଗ୍ରୀ ତାପମାତ୍ରାରୁ ସୁରକ୍ଷା ଦେଇପାରିବ । ଏହି କଠୋରୀରେ ଉପଯୁକ୍ତ ଉତ୍ତାପ, ପାଣି, ବିଜୁଳି ଓ ସମସ୍ତ ପ୍ରକାରର ଖାଦ୍ୟପେୟ ପାଇଁ ବ୍ୟବସ୍ଥା ରହିଛି। ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ଥଣ୍ଡା ସମୟରେ ସୀମାରେ କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରିବା ପାଇଁ ଏହା ଯବାନମାନଙ୍କୁ ଅଧିକ ସହାୟକ ହେବ ଏହି ବିଲଡିଂରେ ସମସ୍ତ ପ୍ରକାରର ବ୍ୟବସ୍ଥା ରହିଛି ।
କେବଳ ଯବାନମାନଙ୍କ ପାଇଁ ନୁହେଁ, ତୁଷାରପାତ ଓ ଥଣ୍ଡା ପବନରୁ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ସୁରକ୍ଷା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଟେଣ୍ଟ ତିଆରି କରାଯାଇଛି । ବର୍ତ୍ତମାନ ଏଲଏସିରେ ଚାଇନା ସହ ତିକ୍ତତା ଚାଲିଛି । ଏଭଳି ସ୍ଥିତିରେ ନୂଆ ବିଲଡିଂ ର୍ନିମାଣ କରାଯାଇଥିବାରୁ ସେଠାରେ ଅଧିକ ସଂଖ୍ୟକ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇ ପାରେ।
ୟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)