Advertisment

‘ଭାରତ-ପାକିସ୍ତାନ-ବାଂଲାଦେଶ ମିଶି ଗୋଟିଏ ଦେଶ ହେଉ’

ମୁମ୍ବାଇ: ଯଦି ଭାରତ-ପାକିସ୍ତାନ-ବାଂଲାଦେଶ ମିଶି ଗୋଟିଏ ରାଷ୍ଟ୍ର କରିଦିଆଯାଏ ତେବେ ସେ ଖୁସି ହେବେ। ଭାରତୀୟ ଜନତା ପାର୍ଟି ଯଦି ଏ ଦିଗରେ ପଦକ୍ଷେପ ନିଏ, ତେବେ ସେ ଏହାକୁ ସ୍ୱାଗତ କରିବେ। ଏମିତି ଆହ୍ୱାନ ଦେଇଛନ୍ତି ମହାରାଷ୍ଟ୍ର ସରକାରର ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତା ନବାବ ମଲିକ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ କରାଚି ପ୍ରସଙ୍ଗର ଜବାବ ରଖି ସେ ଏପରି କହିଛନ୍ତି। ଦେବେନ୍ଦ୍ର ଫଡନାଭିସ କହିଥିଲେ- ‘ଏକ […]

author-image
Minati Mishra
ଅଦ୍ୟତନ ହୋଇଛି
‘ଭାରତ-ପାକିସ୍ତାନ-ବାଂଲାଦେଶ ମିଶି ଗୋଟିଏ ଦେଶ ହେଉ’

nabab malik

ମୁମ୍ବାଇ: ଯଦି ଭାରତ-ପାକିସ୍ତାନ-ବାଂଲାଦେଶ ମିଶି ଗୋଟିଏ ରାଷ୍ଟ୍ର କରିଦିଆଯାଏ ତେବେ ସେ ଖୁସି ହେବେ। ଭାରତୀୟ ଜନତା ପାର୍ଟି ଯଦି ଏ ଦିଗରେ ପଦକ୍ଷେପ ନିଏ, ତେବେ ସେ ଏହାକୁ ସ୍ୱାଗତ କରିବେ। ଏମିତି ଆହ୍ୱାନ ଦେଇଛନ୍ତି ମହାରାଷ୍ଟ୍ର ସରକାରର ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତା ନବାବ ମଲିକ।

Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ କରାଚି ପ୍ରସଙ୍ଗର ଜବାବ ରଖି ସେ ଏପରି କହିଛନ୍ତି। ଦେବେନ୍ଦ୍ର ଫଡନାଭିସ କହିଥିଲେ- ‘ଏକ ସମୟ ଆସିବ, ଯେତେବେଳେ କରାଚି ଭାରତର ଏକ ଅଂଶ ହୋଇ ଯାଇଥିବ।’

ବିଜେପିର ଏହି ଅଖଣ୍ଡ ଭାରତ ନାରାକୁ ଚ୍ୟାଲେଞ୍ଜ ଦେଇ ନବାବ ମଲିକ  କହିଥିଲେ, ‘ଆମେ ଚାହୁଁଛୁ,  ଭାରତ-ପାକିସ୍ତାନ-ବାଂଲାଦେଶର ବିଲୟ ହୋଇଯିବା ଉଚିତ। ’ ନବାବ ସାମ୍ବାଦିକମାନଙ୍କୁ କହିଛନ୍ତି, ଯଦି ବର୍ଲିନ ପାଚେରୀକୁ ଭାଙ୍ଗି ଦିଆଯାଇ ପାରିଲା ତେବେ ଭାରତ, ପାକିସ୍ତାନ, ବାଂଲାଦେଶ କାହିଁକି ଏକ ହୋଇ ପାରିବେ ନାହିଁ ? ଯଦି ବିଜେପି ଏହି ତିନି ଦେଶକୁ ଏକାଠି କରି ଗୋଟିଏ ଦେଶ କରିପାରିବ ,ତେବେ ନିଶ୍ଚିତ ଭାବେ ସେ ଏହାକୁ ସ୍ୱାଗତ କରିବେ। ଫଡନାଭିସଙ୍କ ବୟାନର ଉତ୍ତର ଦେଇ ସେ ଏହା କହିଛନ୍ତି।

Advertisment

ନବାବ ମଲିକ କହିଛନ୍ତି, ଏନସିପି ଏନସିପି  ବିଏମସି ନିର୍ବାଚ ଶିବସେନା, କଂଗ୍ରେସ ସହ ମିଶି ଲଢିବ। BMC ନିର୍ବାଚନ ପାଇଁ ଆଉ ୧୫ ମାସ ବାକି ରହିଛି। ନିଜ ଦଳ ପାଇଁ କାମ କାରିବାର ଅଧିକାର ସମସ୍ତଙ୍କର ରହିଛି। ସେ ମଧ୍ୟ ତାହା କରୁଛନ୍ତି। ୩ ଦଳ ମିଶି ସରକାର ଚଳାଉଛନ୍ତି। ତେଣୁ ଏକା ସାଙ୍ଗରେ ମିଶି ଏହି ଏହି BMC ନିର୍ବାଚନ ଲଢିବା ଉଚିତ।

Advertisment
Advertisment