/odishatv-khabar/media/post_attachments/uploadimage/library/16_9/16_9_0/modi-2_1625085812.jpg)
modi
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିକୁ ନେଇ ଆଜି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିସେମ୍ବରରେ ସଂକ୍ରମଣ ଏବଂ ମୃତ୍ୟ ହାର ବୃଦ୍ଧି ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆଜିର ଭର୍ଚୁଆଲ ବୈଠକରେ ୮ରୁ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇପାରନ୍ତି। କରୋନା ସଂକ୍ରମଣ ବଢ଼ିଲେ କଣ ପଦକ୍ଷେପ ନିଆଯିବ? ମୁକାବିଲା ପାଇଁ କଣ ସବୁ ପ୍ରସ୍ତୁତି ହେବ? କିପରି ଅଧିକରୁ ଅଧିକ ସ୍ୱାସ୍ଥ୍ୟ ସେବାକୁ ମଜବୁତ କରାଯିବ, ସେ ନେଇ ଆଜିର ବୈଠକରେ ସବିଶେଷ ଆଲୋଚନା ହୋଇପାରେ। ଓଡ଼ିଶା ସମେତ ବିହାର, କେରଳ, ଆସାମ, ଝାଡ଼ଖଣ୍ଡ, ଗୁଜରାଟ, ହିମାଚଳ ପ୍ରଦେଶ ଭଳି ରାଜ୍ୟରେ ମୃତ୍ୟୁ ସଂଖ୍ୟା ଏବେ ଚିନ୍ତା ବଢ଼ାଇଛି।
ବିଶେଷକରି ଓଡ଼ିଶାରେ ସଂକ୍ରମଣ ସଂଖ୍ୟା ହଜାରେ ତଳକୁ ଖସିଆସିଥିଲେ ବି ଗଲା ଦଶ ଦିନ ଧରି ମୃତ୍ୟୁ ସଂଖ୍ୟା ୧୫ ତଳକୁ ଖସୁନି। ଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ର ଓ ଆସାମରେ କରୋନା ସଂକ୍ରମଣ ଉପରମୁହାଁ ହେବାରେ ଲାଗିବାରୁ ଡିସେମ୍ବର ମାସରେ ଦ୍ୱିତୀୟ ଲହରିକୁ ନେଇ ଆଶଙ୍କା ଆହୁରି ବଢିଯାଇଛି। ଏଥିସହ ସ୍ୱଦେଶୀ ଟିକାର ପରୀକ୍ଷଣ ଓ ପରବର୍ତ୍ତୀ ଉପଲବ୍ଧ ନେଇ ବି ଚର୍ଚ୍ଚା କରାଯାଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)