Advertisment

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ପାଇଁ ସମସ୍ୟା ବଢିଛି। ମୁମ୍ବାଇ ପୋଲିସ୍ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲିଙ୍କୁ ପଚରାଉଚରା ପାଇଁ ନୋଟିସ୍ ଜାରି କରିଛି। ଆସନ୍ତା ସୋମବାର ଓ ମଙ୍ଗଳବାର ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ପାଇଁ ମୁମ୍ବାଇ ପୋଲିସ ସମନ କରିଛି। ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଉଭୟଙ୍କ ନାଁରେ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଉଭୟଙ୍କ ବିରୋଧରେ ଆଇପିସି ଧାରା ୧୫୪ A, ୨୯୫ A, ୧୨୪ […]

author-image
Biswobandita Swain
କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

kangna

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ପାଇଁ ସମସ୍ୟା ବଢିଛି। ମୁମ୍ବାଇ ପୋଲିସ୍ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲିଙ୍କୁ ପଚରାଉଚରା ପାଇଁ ନୋଟିସ୍ ଜାରି କରିଛି। ଆସନ୍ତା ସୋମବାର ଓ ମଙ୍ଗଳବାର ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ପାଇଁ ମୁମ୍ବାଇ ପୋଲିସ ସମନ କରିଛି। ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଉଭୟଙ୍କ ନାଁରେ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଉଭୟଙ୍କ ବିରୋଧରେ ଆଇପିସି ଧାରା ୧୫୪ A, ୨୯୫ A, ୧୨୪ A, ୩୪ ଆଧାରରେ ମାମଲା ରୁଜୁ ହୋଇଛି।

Advertisment

ଧାର୍ମିକ ଭାବନାକୁ ପ୍ରଭାବିତ କରିବା, କଳାକାରଙ୍କୁ ହିନ୍ଦୁ-ମୁସଲମାନ ଆଧାରରେ ଅଲଗା କରିବା ଓ ସାମାଜିକ ବାସନ୍ଦକୁ ପ୍ରୋତ୍ସାହିତ କରିବା ଭଳି ତାଙ୍କ ନାଁରେ ଅଭିଯୋଗ ରହିଛି। କଙ୍ଗନାଙ୍କ ଗତ କିଛି ଦିନର ଟ୍ୱିଟ୍‌ ଆଧାର ଯାଞ୍ଚ ପାଇଁ ଆବେଦନ କରାଯାଇଥିଲା। ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଗତ ଶନିବାର ବାନ୍ଦ୍ରା ମାଜିଷ୍ଟ୍ରେଟ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Advertisment
Advertisment