Advertisment

କରୋନାକୁ ମାତ୍ ଦେବାକୁ ଆସୁଛି ମଡର୍ଣ୍ଣା ଟିକା !

author-image
Chandan Shishu
କରୋନାକୁ ମାତ୍ ଦେବାକୁ ଆସୁଛି ମଡର୍ଣ୍ଣା ଟିକା !

moderna

ୱାଶିଂଟନ୍: ଆମେରିକୀୟ ବାୟୋଟେକ୍ ଫାର୍ମ୍ ମଡର୍ଣ୍ଣା ପକ୍ଷରୁ ଚାଲିଥିବା କରୋନା ଟିକା ପ୍ରସ୍ତୁତି କାର୍ଯ୍ୟ ଶେଷ ଫେଜ୍ ଥ୍ରୀ ଟ୍ରାଏଲ ବେଳେ ଏହି ଟିକା ସମ୍ପୂର୍ଣ୍ଣ ରୋଗ ପ୍ରତିରୋଧୀ ବୋଲି ଦାବି କରିଛି କମ୍ପାନୀ। ଏପରିକି ଏହି ଟିକା ରୋଗ ପ୍ରତିରୋଧ କ୍ଷେତ୍ରରେ ୯୪ ପ୍ରତିଶତ ସଫଳ ହୋଇଥିବା ଏବଂ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହା କାର୍ଯ୍ୟ କରୁଥିବା କମ୍ପାନୀର ସିଇଓ ଦାବି କରିଛନ୍ତି।

Advertisment

ମଡର୍ଣ୍ଣାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ବେଳେ ଏଥିରେ ୩୦ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯୪ ଦଶମିକ ୫ ପ୍ରତିଶତ କ୍ଷେତ୍ରରେ ଟିକା ପ୍ରୟୋଗ ସଫଳ ହୋଇଥିବା କମ୍ପାନୀ ସୂଚନା ଦେଇଛି। ଯାହା କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ବୋଲି କୁହାଯାଉଛି।

ଏହା ପୂର୍ବରୁ ଆମେରିକାର ଫାଇଜର ଓ ଜର୍ମାନର ବାୟୋ ଏନ ଟେକ୍ କମ୍ପାନୀ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ହେଉଥିବା ଟିକା ମଧ୍ୟ ୯୦ ପ୍ରତିଶତ ସଫଳ ହୋଇଥିବା କମ୍ପାନୀ ଦାବି କରିଥିଲା।

Advertisment
Advertisment
Advertisment