Advertisment

ବିଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ମୁମ୍ବାଇ: ମହାରାଷ୍ଟ୍ର ବିଜେପି ବରିଷ୍ଠ ନେତା ଏକନାଥ ଖଡ୍‌ସେ ଦଳରୁ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଦେବେନ୍ଦ୍ର ପଡ଼ନାଭିସଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଦେବେନ୍ଦ୍ରଙ୍କ ପାଇଁ ସେ ଦଳ ଛାଡ଼ିଥିବା ଖଡ଼ସେ କହିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଖଡ଼ସେ କହିଛନ୍ତି, “ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ଥିବା ବେଳେ ଜଣେ ମହିଳାଙ୍କ ମିଛ ନିର୍ଯାତନା ଅଭିଯୋଗରେ ସେ ମୋ ବିରୋଧରେ ମାମଲା କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ପରେ ପୁଣି ଏହି […]

author-image
Abinash Pati
ଅଦ୍ୟତନ ହୋଇଛି
ବିଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

fadnavish

ମୁମ୍ବାଇ: ମହାରାଷ୍ଟ୍ର ବିଜେପି ବରିଷ୍ଠ ନେତା ଏକନାଥ ଖଡ୍‌ସେ ଦଳରୁ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଦେବେନ୍ଦ୍ର ପଡ଼ନାଭିସଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଦେବେନ୍ଦ୍ରଙ୍କ ପାଇଁ ସେ ଦଳ ଛାଡ଼ିଥିବା ଖଡ଼ସେ କହିଛନ୍ତି।

Advertisment

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଖଡ଼ସେ କହିଛନ୍ତି, “ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ଥିବା ବେଳେ ଜଣେ ମହିଳାଙ୍କ ମିଛ ନିର୍ଯାତନା ଅଭିଯୋଗରେ ସେ ମୋ ବିରୋଧରେ ମାମଲା କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ପରେ ପୁଣି ଏହି ମାମଲାକୁ ଉଠାଇ ନିଆଯାଇଥିଲା। ମୋ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ପାଇଁ ମୋତେ ଆଇନଗତ ତଦନ୍ତର ସାମ୍ନା କରିବାକୁ ପଡ଼ିଥିଲା। ଏହି ଘଟଣାରେ ବି ମୁଁ ଦୋଷମୁକ୍ତ ହୋଇଥିଲି।” ବିଜେପିରେ ରହି ଅନେକ ସମସ୍ୟାରେ ସମ୍ମୁଖୀନ ହୋଇଛି ବୋଲି ଖଡ଼ସେ କହିଥିଲେ।

ବିଜେପିରୁ ଇସ୍ତଫା ଦେବା ପରେ ଖଡସେ ନ୍ୟାସ୍‌ନାଲ କଂଗ୍ରେସର ପାର୍ଟିରେ ଯୋଗ ଦେବେ। ଅକ୍ଟୋବର ୨୩ ଦିନ ୨ଟା ବେଳେ ତାଙ୍କର ଏନ୍‌ସିପିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଏନ୍‌ସିପି ଅଧ୍ୟକ୍ଷ ଜୟନ୍ତୀ ପାଟିଲ୍ କହିଛନ୍ତି। ଏନ୍‌ସିପି ଖଡ଼ସେକୁ ସନ୍ତୁଷ୍ଟ କରିବା ପାଇଁ ରାଜ୍ୟପାଳଙ୍କ କୋଟାରେ ବିଧାନପରିଷଦର ସିଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

Advertisment

ଏକନାଥ ଖଡ଼ସେ ବିଜେପିର ଜଣେ ବରିଷ୍ଠ ନେତା ଭାବେ ଜଣାଶୁଣା। ସେ ରାଜ୍ୟରେ ଦଳ ପାଇଁ ଅନେକ କାର୍ଯ୍ୟ କରିଛନ୍ତି।

Advertisment
Advertisment