Advertisment

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କୁ କରୋନା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗରୱାଲ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଟ୍ୱିଟ୍‌ରେ ସେ ଲେଖିଛନ୍ତି “ ଆପଣମାନେ ସମସ୍ତଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଆଉ ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରାଥମିକ ପଦକ୍ଷେପ ନେଇ ହୋଇମ୍ ଆଇସୋଲେସନ୍‌ରେ ରହିଛି। ମୋର ସମସ୍ତ ବନ୍ଧୁ ଓ ସହକର୍ମୀଙ୍କୁ ସତର୍କ ରହିବାକୁ ଅନୁରୋଧ କରୁଛି। […]

author-image
Abinash Pati
ଅଦ୍ୟତନ ହୋଇଛି
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କୁ କରୋନା

lav-agarawal

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗରୱାଲ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

Advertisment

ଟ୍ୱିଟ୍‌ରେ ସେ ଲେଖିଛନ୍ତି “ ଆପଣମାନେ ସମସ୍ତଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଆଉ ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରାଥମିକ ପଦକ୍ଷେପ ନେଇ ହୋଇମ୍ ଆଇସୋଲେସନ୍‌ରେ ରହିଛି। ମୋର ସମସ୍ତ ବନ୍ଧୁ ଓ ସହକର୍ମୀଙ୍କୁ ସତର୍କ ରହିବାକୁ ଅନୁରୋଧ କରୁଛି। ସ୍ୱାସ୍ଥ୍ୟ ବିଭାଗର ଦ୍ୱାରା କଣ୍ଟାକ୍ଟ ଟ୍ରାସିଂ କରାଯିବ। ଖୁବ୍‌ଶୀଘ୍ର ପୁଣିଥରେ ଆପଣମାନଙ୍କ ସହିତ ଦେଖା ହେବ ବୋଲି ଆଶା କରୁଛି।”

Advertisment

୧୯୯୬ ବ୍ୟାଚ୍‌ର ଆନ୍ଧ୍ରପ୍ରଦେଶ କ୍ୟାଡର୍ ଏହି‌ ଆଏଏସ୍ ଅଫିସର୍ ସ୍ୱାସ୍ଥ୍ୟମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବରେ ନିୟମିତ କରୋନା ସମ୍ପର୍କରେ ଗଣମାଧ୍ୟମରେ ଧାରା ବିବରଣୀ ରଖୁଥିଲେ। କରୋନା ସମ୍ପର୍କରେ ସମସ୍ତ ପ୍ରଶ୍ନର ଉତ୍ତର ଅତି ସରଳ ଭାବରେ କହୁଥିଲେ। ମଙ୍ଗଳବାର ମଧ୍ୟ ସେ କରୋନା ସମ୍ପର୍କରେ ସୂଚନା ଦେଇଛନ୍ତି।

ଲବ୍‌ ଅଗରୱାଲ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଯାଞ୍ଚ କରାଯାଉଛି। ଲକ୍ଷଣ ଦେଖା ଦେଲେ ସେମାନଙ୍କର ଟେଷ୍ଟ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ଅନ୍ୟପଟେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫, ୦୦୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଶନିବାର ୨୫ ଲକ୍ଷ ପାର କରିଛି। ଏଥିସହିତ ୨୪ ଘଣ୍ଟାରେ ୯୯୬ ଲୋକଙ୍କ ଜୀବନ ଯାଇଛି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଲକ୍ଷ ୨୬ ହଜାର ୧୯୨ ଛୁଇଁଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪୯, ୦୩୬କୁ ହୋଇଛି।

Advertisment
Advertisment