/odishatv-khabar/media/post_attachments/uploadimage/library/16_9/16_9_0/kanak-durg-temple_1625202197.jpg)
kanak-durg-temple
ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାସ୍ଥିତ ପ୍ରସିଦ୍ଧ କନକ ଦୁର୍ଗା ମନ୍ଦିର ନିକଟରେ ବୁଧବାର ଭୂସ୍ଖଳନ ହୋଇଛି। ଘଟଣାରେ ୪ ଜଣ ମାଟି ଅତଡ଼ା ତଳେ ଫସି ରହିଥିବା ଅନୁମାନ କରାଯାଉଛି। ଏଥିରେ ଦୁଇଜଣ ସାନିଟାଇଜ୍ କରୁଥିବା କର୍ମଚାରୀ ବି ଫସି ରହିଥିବା କୁହାଯାଉଛି। ଉଦ୍ଧାରକାରୀ ଦଳ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
Advertisment
ମିଳିଥିବା ସୂଚନା ଅନୁସାରେ, ବିଜୟୱାଡାର ଇନ୍ଦ୍ର କୀଲଦ୍ରୀ ପାହାଡ଼ ଉପରେ ଅନେକ ବୋଲ୍ଡର ଗଡ଼ିଆସି କନକ ଦୁର୍ଗା ମନ୍ଦିରରେ ଛାତରେ ବାଜିଥିଲା। ଏଥିରେ ଅତି କମରେ ୫ ଜଣ ଭକ୍ତ ଆହତ ହୋଇଛନ୍ତି। ଏହି ଘଟଣା ପରେ ଭକ୍ତମାନଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି।
ଜିଲ୍ଲାପାଳ ଇମ୍ତିଆଜଙ୍କ ସମେତ ବିଜୱାଡ଼ା ପୋଲିସ କମିଶନର ଶ୍ରୀନିବାସଲୁ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ମନ୍ତ୍ରୀ ଓ ବିଧାୟକ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)