Advertisment

୧୪ ବର୍ଷର ଜଣେ ବାଳକଙ୍କୁ ଫୋନ୍‌ କରି ଡାକିଲେ ଆମେରିକାର ଉପରାଷ୍ଟ୍ରପତି

author-image
Chandan Shishu
୧୪ ବର୍ଷର ଜଣେ ବାଳକଙ୍କୁ ଫୋନ୍‌ କରି ଡାକିଲେ ଆମେରିକାର ଉପରାଷ୍ଟ୍ରପତି

kamala

ସାନ୍‌ଫ୍ରାନ୍‌ସିକୋ: ଆମେରିକା ଉପରାଷ୍ଟ୍ରପତିଙ୍କ ପ୍ରତିଛବି(ପୋଟ୍ରେଏଟ୍) ଆଙ୍କି ଚର୍ଚ୍ଚାକୁ ଆସିଛନ୍ତି ୧୪ ବର୍ଷିୟ ବାଳକ। ଏଇ ବାଳକଙ୍କୁ ଧନ୍ୟବାଦ ଦେବା ପାଇଁ ଖୋଦ୍‌ ଡାକିଛନ୍ତି ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ । ଗୋଟିଏ ଚିତ୍ରକୁ ନିଜେ ଆଙ୍କି ନିଜ ଟ୍ୱିଟର ପୋଷ୍ଟ କରିବା ପରେ ଏଇ ଫଟୋ ବେଶ୍ ଭାଇରାଲ ହୋଇଥିଲା। ଆଉ ଶେଷରେ ଏଇ ପୋଷ୍ଟକୁ ଦେଖିଥିଲେ କମଲା।

Advertisment

ସାନ୍‌ଫ୍ରାନସିକୋର ଏଇ ୧୪ ବର୍ଷିୟ ବାଳକଙ୍କ ନାଁ ଟେଲର୍ ଗର୍ଡନ। ଟେଲର ପେଣ୍ଟିଂ କରିବାକୁ ଖୁବ୍ ପସନ୍ଦ କରନ୍ତି। ଇତି ମଧ୍ୟରେ ସେ ଆମେରିକାର ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ପ୍ରତିଛବି ସୁନ୍ଦର ଭାବେ ଆଙ୍କିଥିଲେ। କମଲାଙ୍କ ପେଣ୍ଟିଂ ତିଆରି କରିବା ପାଇଁ ଗର୍ଡନ ସମୁଦ୍ର ବେଳାଭୂମିକୁ ବାଛିଥିଲେ।

https://twitter.com/Official_tylerg/status/1330720148030820353?s=20

ଆଙ୍କିବା ବେଳର ସିନ୍‌କୁ ସେ ଭିଡିଓ ସୁଟିଂ କରିଥିଲେ। ଆଉ ଶେଷରେ ଏହି ଭିଡିଓକୁ ନିଜ ଟ୍ୱିଟର ପେଜରେ ଅପଲୋଡ୍ କରିଥିଲେ।

Advertisment

ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଟାଗ୍ କରି ଲେଖିଛନ୍ତି ଯେ, ମୋ ନାଁ ଟେଲର ଗର୍ଡନ ଓ ମୋର ବୟସ ୧୪ ବର୍ଷ ଏବଂ ମୁଁ ଜଣେ ସମୁଦ୍ର ଅଞ୍ଚଳର ପିଲା। ମୁଁ ତୁମ ପାଇଁ ଏହି ପେଣ୍ଟ କରିଛି, ଆଶା କରେ ତୁମକୁ ଏହା ଭଲ ଲାଗିବ’’ । ଏହିସହ ସେ ଏହି ଭିଡିଓରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି।

ଏହି ଭିଡିଓ ୧.୩ ମିଲିୟନ ଦର୍ଶକ ଦେଖିସାରିଥିବା ବେଳେ, ୧ଲକ୍ଷ ଦର୍ଶକ ରିଟ୍ୱିଟ୍ କରିଛନ୍ତି।

https://twitter.com/Official_tylerg/status/1331786775656710146?s=20

ଗତ ଗୁରୁବାର ଟେଲର ଫୋନ୍‌ରେ କମ୍‌ଲାଙ୍କ ସହିତ କଥା ହୋଇଥିବା ଏକ ଛୋଟ କ୍ଲିପ୍‌କୁ ସେୟାର କରିଛନ୍ତି। କମଲା କହିଛନ୍ତି ଯେ, ''ତୁମର ସୁନ୍ଦର କଳାକୃତି ଦେଖି ମୁଁ ବହୁତ ଆଶ୍ଚର୍ଯ୍ୟ। ବାସ୍ତବିକ ତୁମେ ଏକ ଉପହାର। ମୋର ସୌଭାଗ୍ୟ, ତୁମେ ଖୁବ୍ ସୁନ୍ଦର କାମ କରି ଦେଖେଇଛ।''

ଭାରତୀୟ ବଂଶୋଦ୍ଭବ କମଲା ହାରିସ ଆମେରିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ଆମେରିକା ଇତିହାସରେ ପ୍ରଥମ ମହିଳା ଉପରାଷ୍ଟ୍ରପତି ହେବେ। କମଲା ହାରିସଙ୍କ ମାଆଙ୍କ ଘର ତାମିଲନାଡ଼ୁରେ।

Advertisment
Advertisment