/odishatv-khabar/media/post_attachments/uploadimage/library/16_9/16_9_0/gajendra-shekahwat_1625411283.jpg)
gajendra-shekahwat
ନୂଆଦିଲ୍ଲୀ: ଧର୍ମେନ୍ଦ୍ର ପ୍ରଧାନ, ଅମିତ ଶାହଙ୍କ ପରେ ପୁଣି ଜଣେ କେନ୍ଦ୍ର ମନ୍ତ୍ରୀ କରୋନା ପଜିଟିଭି ହୋଇଛନ୍ତି। କେନ୍ଦ୍ର ଜଳଶକ୍ତି ମିସନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଡାକ୍ତରକାନାରେ ଭର୍ତ୍ତି ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଶେଖାୱାତ।
ଏନେଇ ସେ ଲେଖିଛନ୍ତି “ ଶରୀର ଅସୁସ୍ଥ ହେବାରୁ ମୁଁ କରୋନା ଟେଷ୍ଟ କରାଇଥିଲି। ମୋ ରିପୋର୍ଟ ପଜିଟିଭ୍ ଆସିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଗତ ଦିନଗୁଡ଼କରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜକୁ ଆଇସୋଲେସନ୍ କରିବା ସହିତ କରୋନା ଟେଷ୍ଟ କରିବାକୁ ସମସ୍ତଙ୍କୁ ଅନୁରୋଧ କରୁଛି। ଆପଣ ସମସ୍ତେ ସୁସ୍ଥ ରୁହନ୍ତୁ ଓ ନିଜର ଧ୍ୟାନ ରଖନ୍ତୁ।”
କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ୫ ମନ୍ତ୍ରୀ ଭାବେ ଗଜେନ୍ଦ୍ର ସିଂହ ଶେଖାୱତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପୂର୍ବରୁ ଅଗଷ୍ଟ ୮ ତାରିଖରେ ଅର୍ଜୁନ ରାମ ମେଘୱାଲ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ସେ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି। ସେହିଭଳି କେନ୍ଦ୍ରମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହ ଧର୍ମେନ୍ଦ୍ର ପ୍ରଧାନ କୈଳାଶ ଚୌଧୁରି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)