/odishatv-khabar/media/post_attachments/uploadimage/library/16_9/16_9_0/Capture-6_1622807207.jpg)
Mustard OIL
ନୂଆଦିଲ୍ଲୀ: ତୈଳ ଦର ସ୍ୱାଭାବିକ ହେବା ପାଇଁ ଡିସେମ୍ବର ପର୍ଯ୍ୟନ୍ତ ସମୟ ଲାଗିପାରେ । କିନ୍ତୁ ଭଲ କଥା ହେଉଛି ଦର ଏବେଠୁ ହ୍ରାସ ପାଇବା ଆରମ୍ଭ କରିଛି । ଗତ କିଛି ଦିନ ମଧ୍ୟରେ ହୋଲସେଲ ବଜାରରେ ସୋରିଷ ତେଲର ମୂଲ୍ୟ ୧୦ ରୁ ୧୫ ଟଙ୍କା ହ୍ରାସ ପାଇଛି । ତେବେ ସରକାର ସ୍ପଷ୍ଟ କରିଛନ୍ତି ଯେ, ଆନ୍ତର୍ଜାତୀୟ ବଜାରରେ ସୋୟା ଏବଂ ପାମୋଲିନ ତେଲର ମୂଲ୍ୟ ବୃଦ୍ଧି ହେତୁ ଏଠାରେ ମୂଲ୍ୟ ବୃଦ୍ଧି ପାଇଛି । କିନ୍ତୁ ଏବେ ଦର ହ୍ରାସ ପାଇବାରେ ଲାଗିଛି । ଦେଶରେ କେବଳ ୪୦ ପ୍ରତିଶତ ତେଲ ଉତ୍ପାଦିତ ହୁଏ ବାକି ୬୦ ପ୍ରତିଶତ ଆମଦାନୀ ହୋଇଥାଏ ।
ଖାଦ୍ୟ ଏବଂ ସାର୍ବଜନିକ ବଣ୍ଟନ ବିଭାଗର ସଚିବ ସୁଦର୍ଶନ ପାଣ୍ଡେଙ୍କ ଅନୁଯାୟୀ, ତେଲ ଦର ବୃଦ୍ଧି ହେବାର କାରଣ ହେଉଛି ଆନ୍ତର୍ଜାତୀୟ ବଜାରରେ ପାମ୍ ଏବଂ ସୋୟା ତେଲର ମୂଲ୍ୟ ବୃଦ୍ଧି । କିନ୍ତୁ ଏବେ ଖୁସିର କଥା ଯେ, ଆନ୍ତର୍ଜାତୀୟ ବଜାରରେ ତେଲର ଦର ହ୍ରାସ ପାଇବା ଆରମ୍ଭ ହୋଇଯାଇଛି । ତେଣୁ ଆଶା କରାଯାଉଛି ଯେ ସୋରିଷ ସମେତ ଅନ୍ୟ ତେଲର ଦର ମଧ୍ୟ ଖୁଚୁରା ବଜାରରେ ଖୁବଶୀଘ୍ର ହ୍ରାସ ପାଇବ । ଏମିତି କି କିଛି ସ୍ଥାନରେ ତେଲ ଦର ହ୍ରାସ ପାଇଥିବ ମଧ୍ୟ ଦେଖାଯାଇଛି । କିନ୍ତୁ ଦର ସଂପୂର୍ଣ୍ଣ ସ୍ୱାଭାବିକ ହେବା ପାଇଁ ଆହୁରି କିଛି ସମୟ ଲାଗିପାରେ । ଡିସେମ୍ବର ସୁଦ୍ଧା ଏହା ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ ବୋଲି ଆଶା ରହିଛି । ଦେଶରେ ତେଲ ମଞ୍ଜି ମୁଖ୍ୟତଃ ମାଲେସିଆ, ଇଣ୍ଡୋନେସିଆ, ଆର୍ଜେଣ୍ଟିନା ଏବଂ ଆମେରିକାରୁ ଆମଦାନୀ ହୋଇଥାଏ ।
ଦିଲ୍ଲୀ ତୈଳ ବିହନ ବ୍ୟବସାୟୀ ସଂଘର ଉପାଧ୍ୟକ୍ଷ ହେମନ୍ତ ଗୁପ୍ତା କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ ସୋରିଷ ତେଲର ଦର କିଲୋଗ୍ରାମ ପିଛା ୧୦ ରୁ ୧୫ ଟଙ୍କା ହ୍ରାସ ପାଇଛି । ବର୍ତ୍ତମାନ ହୋଲସେଲ ବଜାରରେ ସୋରିଷ ତେଲ ଦର କିଲୋ ପିଛା ୧୪୫ ରୁ ୧୫୦ ଟଙ୍କାରେ ବିକ୍ରି ହେଉଛି । ସେ ଆହୁରି କହିଛନ୍ତି ଯେ, ଆନ୍ତର୍ଜାତୀୟ ବଜାରରେ ପାମ ଏବଂ ସୋୟା ତେଲ ବୃଦ୍ଧି ଯୋଗୁଁ ଚୀନଠାରୁ ଆବଶ୍ୟକଠାରୁ ଅଧିକ କିଣିବାକୁ ପଡ଼ିବ । ଚାହିଦା ବୃଦ୍ଧି ହେତୁ ଆନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ପାଇଥିଲା । କିନ୍ତୁ ଖୁବ ଶୀଘ୍ର ଏହାର ଦର ହ୍ରାସ ପାଇବ ବୋଲି ଆଶା ରହିଛି । ସାଧାରଣ ଲୋକମାନେ ମଧ୍ୟ ଖୁବ ଶୀଘ୍ର ତେଲ ଦର ବୃଦ୍ଧିରୁ ଆଶ୍ୱସ୍ତି ପାଇବେ ।
ଅନ୍ୟପଟେ ରିପୋର୍ଟ ଅନୁଯାୟୀ ଦେଶରେ ୨୫୩.୮ ଲକ୍ଷ ଟନ ଖାଇବା ତେଲ ବ୍ୟବହାର ହେଉଛି । ଦେଶରେ ଉତ୍ପାଦନ ୧୦୫ ଲକ୍ଷ ଟନ୍, ଯାହାକି ମୋଟ ବ୍ୟବହାରର ୪୦ ପ୍ରତିଶତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)