Advertisment

କରୋନାକୁ ନେଇ ଚାଲିଛି ବଡ଼ଧରଣର ଷଡ଼ଯନ୍ତ୍ର; ଖୁଲାସା କଲା ଇଣ୍ଟରପୋଲ୍‌

ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ଭାଇରସ ଆତଙ୍କରେ ଥରୁଛି। ଏହାର ପ୍ରକୋପରେ ୧୮୦ଟି ଦେଶର ଲୋକେ ପ୍ରଭାବିତ ହୋଇଛନ୍ତି। ଏବେ କରୋନାକୁ ନେଇ ଏକ ବଡ ଷଡଯନ୍ତ୍ର ସାମ୍ନାକୁ ଆସିଛି। ବିଶ୍ୱର ବଡ ବଡ ନେତାଙ୍କ ବିରୋଧରେ ଶତ୍ରୁମାନେ COVID-19 ପ୍ରୟୋଗ କରୁଛନ୍ତି। ଇଣ୍ଟରପୋଲ ସବୁ ଦେଶର ପ୍ରମୁଖ ଏଜେନ୍ସମାନଙ୍କୁ ଏ ନେଇ ଚେତାବନୀ ଦେଇ କହିଛି, ନେତାମାନଙ୍କ ପାଖକୁ କରୋନା ସଂକ୍ରମିତ ଚିଠି ଆସିବାର ଆଶଙ୍କା ରହିଛି। ବିଶେଷକରି ବିଶ୍ୱସ୍ତରୀୟ ନେତାଙ୍କୁ ଟାର୍ଗେଟ ରଖି ଏପରି […]

author-image
Minati Mishra
କରୋନାକୁ ନେଇ ଚାଲିଛି ବଡ଼ଧରଣର ଷଡ଼ଯନ୍ତ୍ର; ଖୁଲାସା କଲା ଇଣ୍ଟରପୋଲ୍‌

interpoll

ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ଭାଇରସ ଆତଙ୍କରେ ଥରୁଛି। ଏହାର ପ୍ରକୋପରେ ୧୮୦ଟି ଦେଶର ଲୋକେ ପ୍ରଭାବିତ ହୋଇଛନ୍ତି। ଏବେ କରୋନାକୁ ନେଇ ଏକ ବଡ ଷଡଯନ୍ତ୍ର ସାମ୍ନାକୁ ଆସିଛି। ବିଶ୍ୱର ବଡ ବଡ ନେତାଙ୍କ ବିରୋଧରେ ଶତ୍ରୁମାନେ COVID-19 ପ୍ରୟୋଗ କରୁଛନ୍ତି।

Advertisment

ଇଣ୍ଟରପୋଲ ସବୁ ଦେଶର ପ୍ରମୁଖ ଏଜେନ୍ସମାନଙ୍କୁ ଏ ନେଇ ଚେତାବନୀ ଦେଇ କହିଛି, ନେତାମାନଙ୍କ ପାଖକୁ କରୋନା ସଂକ୍ରମିତ ଚିଠି ଆସିବାର ଆଶଙ୍କା ରହିଛି। ବିଶେଷକରି ବିଶ୍ୱସ୍ତରୀୟ ନେତାଙ୍କୁ ଟାର୍ଗେଟ ରଖି ଏପରି ପତ୍ର ପଠାଯାଉଛି।

ଇଣ୍ଟରପୋଲ ଭାରତ ସମେତ ଅନେକ ଦେଶକୁ ଏ ପ୍ରସଙ୍ଗରେ ଚେତାବନୀ ଦେଇଛି। ଇଣ୍ଟରପୋଲ ପକ୍ଷରୁ କୁହାଯାଇଛି  ରାଜନେତାମାନଙ୍କୁ କରୋନା ସଂକ୍ରମିତ ପତ୍ର ପଠାଯାଇଥିବା ଘଟଣା ସାମ୍ନାକୁ ଆସିଛି। ନେତାଙ୍କ ସମେତ ଅନ୍ୟମାନଙ୍କ ପାଖକୁ ମଧ୍ୟ ଏପ୍ରକାର ଚିଠି ଆସିପାରେ।

Advertisment

ଇଣ୍ଟରପୋଲ ନିର୍ଦ୍ଦିଷ୍ଟ ଭାବେ କୌଣସି ନେତାଙ୍କ ନାମ ନେଇନାହାନ୍ତି। ତେବେ କିଛି ଲୋକ ସଂକ୍ରମିତ ସାମ୍ପଲ ଅନ୍‌ଲାଇନ୍‌ରେ ବିକ୍ରି କରୁଥିବା  ଇଣ୍ଟରପୋଲ କହିଛି। ନେତାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ବ୍ୟକ୍ତି ତଥା ଡାକବିଭାଗ କର୍ମଚାରୀମାନେ ଏ ନେଇ ବେଶି ସତର୍କ ରହିବା ପାଇଁ ଚେତାବନୀ ଦିଆଯାଇଛି।

ଇଣ୍ଟରପୋଲ ତା’ର ଗାଇଡଲାଇନରେ କହିଛି, ପୋଲିସ ଅଧିକାରୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଜରୁରୀ ସେବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଶତ୍ରୁମାନେ ଟାର୍ଗେଟ କରୁଛନ୍ତି। କାରଣ ଏମାନଙ୍କ ଦ୍ୱାରା ହିଁ କରୋନା ସଂକ୍ରମଣ ବେଶି ବ୍ୟାପିବାର ଆଶଙ୍କା ରହିଛି।

ଏହି ଗାଇଡ ଲାଇନ୍‌ରେ କୁହାଯାଇଛି, ଚଟାଣରେ ଛେପ ପକାଇ, କୌଣସି ବସ୍ତୁ ଉପରେ କାଶି ଏହି ଭୂତାଣୁ ସଂକ୍ରମିତ କରିବା ପାଇଁ ଚେଷ୍ଟା କରାଯାଉଛି।

Advertisment
Advertisment