/odishatv-khabar/media/post_attachments/uploadimage/library/16_9/16_9_0/nijamuddin-dargaha_1625115992.jpg)
nijamuddin-dargaha
ନୂଆଦିଲ୍ଲୀ: ଆଜି ସାରା ଦେଶର ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଛି। ଦୀପ ଓ ରଙ୍ଗବେରଙ୍ଗର ଆଲୋକମାଳାରେ ଆଲୋକିତ ଦେଶର ଗାଁ ଠୁ ସହର ଗଳିକନ୍ଦି। ନେତା ଠାରୁ ସାଧାରଣ ଜନତା, ଅଭିନେତା ଠାରୁ ଖେଳ ତରକା ସମସ୍ତେ କରୋନା କଟକଣା ସମୟରେ ନିୟମ ମାନି ପାଳନ କରୁଛନ୍ତି ଦୀପାବଳି।
ବିହାର ନିର୍ବାଚନ ଜିତିବା ପରେ ନୀତୀଶ କୁମାର ବାସଭବନରେ ଦୀପ ଜାଳି ଦୀପାବଳି ପାଳନ କରୁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପତ୍ନି ସୁନୀତାଙ୍କ ସହିତ ଦିଲ୍ଲୀର ଅକ୍ଷର ଧାମ ମନ୍ଦିରରେ ଆଳତୀ କରିଥିଲେ। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଉପସ୍ଥିତ ଥିଲେ।
#WATCH: Delhi Chief Minister Arvind Kejriwal along with his wife Sunita Kejriwal performs 'aarti' at Akshardham temple.#Diwalipic.twitter.com/XOROurI1J7
— ANI (@ANI) November 14, 2020
ସେହିଭଳି କ୍ରିକେଟ ଗଡ୍ ସଚିନ ତେନ୍ଦୁଲକର ବି ଦୀପ ଜାଳି ପାଳନ କରିଛନ୍ତି ଦୀପାବଳି। ତା ସହିତ ସମସ୍ତଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି। ସେହିଭଳି କ୍ରିକେଟର୍ ୟୁରାଜ ସିଂହ, ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ବିରାଟ କୋହଲି ଟେନିସ ତାରକା ସାନିଆ ମିର୍ଜା, ବଏଡ୍ ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଓ ସାଇନା ନେହୱାଲ୍ ସମସ୍ତେ ଦୀପାବଳି ଶୁଭକାମନା ଜଣାଇଛନ୍ତି।
आप सभी को दीपावली की हार्दिक शुभकामनाएं। 🪔
May you be the source of joy & light in someone's life today. Happy Diwali! pic.twitter.com/HdRhu6nZko— Sachin Tendulkar (@sachin_rt) November 14, 2020
ଦିଲ୍ଲୀର ନିଜାମୁଦ୍ଦିନ ଦରଗାହ ବି ଦୀପାବଳିର ଆଲୋକମାଳାରେ ଆଲୋକିତ ହୋଇଛି। ଦରଗାହରେ ବିଭିନ୍ନ ପ୍ରକାର ଲାଇଟ୍ ଜଳାଇବା ସହିତ ଦୀପ ବି ଜଳା ଯାଇଥିଲା।
Happy Diwali 🙏🏻 pic.twitter.com/USLnZnMwzT
— Virat Kohli (@imVkohli) November 14, 2020
Happy Diwali 🪔💥.... #HappyDiwali ... @NHarvir ... pic.twitter.com/OKx7NeIQYg
— Saina Nehwal (@NSaina) November 14, 2020
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)