Advertisment

ଖୁବ ଶୀଘ୍ର ଆସିବ ଆଉ ଏକ ସ୍ୱଦେଶୀ ଟିକା

ନୂଆଦିଲ୍ଲୀ: କରୋନାକୁ ଦେଶ ମାତ ଦେବା ପାଇଁ ଆବଶ୍ୟକ ଭାକ୍ସିନ। ହେଲେ ଦେଶରେ ପର୍ଯ୍ୟପ୍ତ ପରିମାଣର ଭାକ୍ସିନ ନ ଥିବାବେଳେ  ଦେଶରେ ସମସ୍ତଙ୍କୁ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି। ଆସୁଛି ଆଉ ଏକ ସ୍ୱଦେଶୀ…

author-image
Minati Mishra
ଅଦ୍ୟତନ ହୋଇଛି
ଖୁବ ଶୀଘ୍ର ଆସିବ ଆଉ ଏକ ସ୍ୱଦେଶୀ ଟିକା

vaccine

ନୂଆଦିଲ୍ଲୀ: କରୋନାକୁ ଦେଶ ମାତ ଦେବା ପାଇଁ ଆବଶ୍ୟକ ଭାକ୍ସିନ। ହେଲେ ଦେଶରେ ପର୍ଯ୍ୟପ୍ତ ପରିମାଣର ଭାକ୍ସିନ ନ ଥିବାବେଳେ  ଦେଶରେ ସମସ୍ତଙ୍କୁ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି।

Advertisment

ଆସୁଛି ଆଉ ଏକ ସ୍ୱଦେଶୀ ଟିକା । ଘରୋଇ ଭ୍ୟାକ୍ସିନ କମ୍ପାନୀ ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୁଛି ଏହି ଟିକା। ଟିକା ଯୋଗାଣ ପାଇଁ  ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୩୦ କୋଟି ଟିକା ଦେବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ବାୟୋଲୋଜିକାଲ-ଇ ମଧ୍ୟରେ ଚୁକ୍ତି ହୋଇଛି । ଟିକା ପାଇଁ ଅଗ୍ରୀମ ୧୫୦୦ କୋଟି ଦେବେ ବୋଲି କେନ୍ଦ୍ର ସରକାର କହିଛନ୍ତି। ବାୟୋଲୋଜିକାଲ-ଇ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର କହିବା ଅନୁଯାୟୀ,  ବାୟୋଲଜିକାଲ-ଇ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଚାଲିଛି। ପ୍ରଥମ ଏବଂ ୨ୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହୋଇଛି। ଆଗାମୀ କିଛି ମାସ ମଧ୍ୟରେ ଏହି ଟିକା ଉପଲବ୍ଧ ହେବ।

Advertisment

ଏଥିସହିତ ସ୍ୱଦେଶୀ ଭାକ୍ସିନ କୋଭାକ୍ସିନ, କୋଭିସିଲ୍‌ଡ ସହିତ ଋଷ ଟିକା ସ୍ପୁଟନିକ ଭି ମଧ୍ୟ ଖୁବ ଶିଘ୍ର ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବ। ସୂଚନାଥାଉ କି, ଅଗଷ୍ଟ ମାସରୁ ଦୈନିକ ଏକ କୋଟି ଲୋକଙ୍କୁ ଟିକା ଦିଆଯିବା ନେଇ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହାବ୍ୟତୀତ ବିଦେଶୀ କମ୍ପାନୀ ଫାଇଜର ଏବଂ ମାର୍ଡନା ସହ ମଧ୍ୟ ଆଲୋଚନା ଚାଲିଛି।

ପଢ଼ନ୍ତୁ: ‘ଡେଲଟା ଭାରିଏଣ୍ଟ୍ ଆଲଫା ଠାରୁ ୫୦ ପ୍ରତିଶତ ଅଧିକ ସଂକ୍ରାମକ’ : ଅଧ୍ୟୟନରେ ଖୁଲାସା

Corona Vaccination News
Advertisment
Advertisment