/odishatv-khabar/media/post_attachments/uploadimage/library/16_9/16_9_0/fly_1626242142.jpg)
fly
ନୂଆଦିଲ୍ଲୀ: କରୋନା ବିରୋଧରେ ଲଢୁଥିବା ଦେଶର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବେ ଭାରତୀୟ ତିନି ସେନା। ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି, ଆସନ୍ତାକାଲି ଅର୍ଥାତ ମେ ୩ ତାରିଖରେ କରୋନା ଯୋଦ୍ଧାଙ୍କୁ ବିଭିନ୍ନ ସ୍ଥାନରେ ସମ୍ମାନ ପ୍ରଦର୍ଶନ କରାଯିବ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଆଜି ଏହି ସୂଚନା ଦେଇଛନ୍ତି।
ଉତ୍ତରରେ ଶ୍ରୀନଗରରୁ ଆରମ୍ଭ କରି ଦକ୍ଷିଣର ଥିରୁଅନନ୍ତପୁରମ, ପୂର୍ବରେ ଦିବ୍ରୁଗଡରୁ ପଶ୍ଚିମରେ ଗୁଜରାଟର କଚ୍ଚ ଯାଏଁ ଭାରତୀୟ ବାୟୁ ସେନା ପକ୍ଷରୁ ଆକାଶ ମାର୍ଗରେ ଏକ ଫ୍ଲାଏ ପାଷ୍ଟ କରାଯିବ। ଏଥିରେ ଫାଇଟର ପ୍ଲେନ ସହିତ ଅନ୍ୟ ବିମାନ ସାମିଲ ହୋଇ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ ଆକ୍ରାନ୍ତ ଏବଂ କରୋନା ଯୋଦ୍ଧାଙ୍କ ଉପରେ ପୁଷ୍ପବୃଷ୍ଟି କରିବେ ସେହିପରି ନୌସେନା ପକ୍ଷରୁ ମଧ୍ୟ ସମୂଦ୍ର ଉପକୂଳରେ ବିଭିନ୍ନ ଫର୍ମେସନ କରାଯିବ।
ଏହାସହ ଇଣ୍ଡିଆନ କୋଷ୍ଟଗାର୍ଡର ଜାହାଜ ଗୁଡିକ ଦେଶର ୨୪ଟି ସ୍ଥାନରେ ରହି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବେ। ଓଡିଶାର କିମସ୍ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କ ଉପରେ ରବିବାର ସକାଳ ୯.୪୫ରୁ ୧୦.୩୦ ଯାଏ ଇଣ୍ଡିଆନ ଏୟାରଫୋର୍ସ ପକ୍ଷରୁ ପୁଷ୍ପବୃଷ୍ଟି କରାଯିବାର କାର୍ଯ୍ୟକ୍ରମ ରହିଛି। ଏହାସହ କରୋନା ମୁକାବିଲା ସମୟରେ ପୋଲିସ ପ୍ରତି ସମ୍ମାନ ଜଣାଇ ବିଭିନ୍ନ ପୋଲିସ ସ୍ମାରକୀରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)