Advertisment

'ଭାରତର କଡ଼ା ଜବାବରେ ଭୟଭୀତ ଚାଇନା'

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ସହିତ ଅନ୍ତର୍ଜାତୀୟ ସ୍ତରରେ ଉତ୍ତମ ସମ୍ପର୍କ ରଖିବା ଓ ଏହାର ସୁରକ୍ଷା କରିବା ହିଁ ଚାଇନାର ବିସ୍ତାରବାଦନୀ ନୀତିକୁ ଦମନ କରିପାରିବ। ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘର ବିଜୟାଦଶମୀ ଉତ୍ସବରେ ଯୋଗ ଦେଇ ରବିବାର ଏପରି କହିଛନ୍ତି ସଂଘର ମୁଖ୍ୟ ମୋହନ ଭାଗବତ। ଭାରତର କଡ଼ା ଜବାବ ଚାଇନାକୁ ଭୟଭୀତ କରିଦେଇଛି ବୋଲି ସେ କହିଛନ୍ତି। ପଡ଼ୋଶୀ ରାଷ୍ଟ୍ର ସହିତ ଉତ୍ତମ ସମ୍ପର୍କ ବିଷୟରେ ଭାଗବତ କହିଛନ୍ତି “ ଶ୍ରୀଲଙ୍କା, ବାଂଲାଦେଶ, ନେପାଳ […]

author-image
Abinash Pati
ଅଦ୍ୟତନ ହୋଇଛି
'ଭାରତର କଡ଼ା ଜବାବରେ ଭୟଭୀତ ଚାଇନା'

mohan-bhagabt

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ସହିତ ଅନ୍ତର୍ଜାତୀୟ ସ୍ତରରେ ଉତ୍ତମ ସମ୍ପର୍କ ରଖିବା ଓ ଏହାର ସୁରକ୍ଷା କରିବା ହିଁ ଚାଇନାର ବିସ୍ତାରବାଦନୀ ନୀତିକୁ ଦମନ କରିପାରିବ। ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘର ବିଜୟାଦଶମୀ ଉତ୍ସବରେ ଯୋଗ ଦେଇ ରବିବାର ଏପରି କହିଛନ୍ତି ସଂଘର ମୁଖ୍ୟ ମୋହନ ଭାଗବତ। ଭାରତର କଡ଼ା ଜବାବ ଚାଇନାକୁ ଭୟଭୀତ କରିଦେଇଛି ବୋଲି ସେ କହିଛନ୍ତି।

Advertisment

ପଡ଼ୋଶୀ ରାଷ୍ଟ୍ର ସହିତ ଉତ୍ତମ ସମ୍ପର୍କ ବିଷୟରେ ଭାଗବତ କହିଛନ୍ତି “ ଶ୍ରୀଲଙ୍କା, ବାଂଲାଦେଶ, ନେପାଳ ଆମର ବନ୍ଧୁ। ଏହି ଦେଶଗୁଡ଼ିକର ଆମ ସହିତ ଅନେକ ସାମଞ୍ଜସ୍ୟ ସହିଛି। ତେଣୁ ଏହି ଦେଶଗୁଡ଼ିକ ସହିତ ଆମ ବନ୍ଧୁତ୍ୱ ସମ୍ପର୍କ ଆହୁରି ସୁଦୃଢ କରିବା ଉଚିତ।”

ଏଥିସହିତ ଚାଇନାର ବିସ୍ତାରବାଦୀ ନୀତିର ଆଲୋଚନା କରି ଭାଗବତ କହିଛନ୍ତି ଯେ ଏବେବି ଚାଇନା କିପରି ସୀମାରେ ଉତ୍ତେଜନା ସୃଷ୍ଟି କରୁଛି ତାହା ସମସ୍ତେ ଜାଣନ୍ତି। କିନ୍ତୁ ଭାରତର ଦୃଢ଼ ଜବାବ ଚାଇନାକୁ ଭୟଭୀତ କରିଦେଇଛି। ଏଥର ଭାରତ ସହିତ ତାଇୱାନ୍, ଆମେରିକା ଓ ଜାପାନ ଭଳି ରାଷ୍ଟ୍ର ବି ଚାଇନାର ବିସ୍ତାରବାଦୀ ନୀତୀ ସମ୍ପର୍କରେ ଅବଗତ ଅଛନ୍ତି ବୋଲି ମୋହନ ଭାଗବତ କହିଛନ୍ତି।

Advertisment
Advertisment
Advertisment