Advertisment

ଶନିବାର ସୁଦ୍ଧା ଦେଶରେ କରୋନା ସୁସ୍ଥ ହାର ୯୩.୦୯ %

ନୂଆଦିଲ୍ଲୀ: ଶନିବାର ଦେଶରେ ୪୧,୧୦୦ କରୋନା ଭାଇରସ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍‌ୟା ୮୮,୧୪,୫୭୯ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୪ ଘଣ୍ଟାରେ ୪୪୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୧,୨୯,୬୩୫ ହୋଇଛି। ସେହିପରି ସକ୍ରିୟ ସଂଖ୍ୟାରୁ ଦିନକରେ ୧୫୦୩ କମିଥିବାରୁ ମୋଟ ସକ୍ରିୟ ସଂଖ୍ୟା ୪, ୭୯, ୨୧୬ ହୋଇଛି। ସେହିଭଳି ୨୪ ଘଣ୍ଟାରେ ୪୨,୧୫୮ ସୁସ୍ଥ […]

author-image
Abinash Pati
ଶନିବାର ସୁଦ୍ଧା ଦେଶରେ କରୋନା ସୁସ୍ଥ ହାର ୯୩.୦୯ %

coronavirus

ନୂଆଦିଲ୍ଲୀ: ଶନିବାର ଦେଶରେ ୪୧,୧୦୦ କରୋନା ଭାଇରସ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍‌ୟା ୮୮,୧୪,୫୭୯ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସେହିପରି ୨୪ ଘଣ୍ଟାରେ ୪୪୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୧,୨୯,୬୩୫ ହୋଇଛି। ସେହିପରି ସକ୍ରିୟ ସଂଖ୍ୟାରୁ ଦିନକରେ ୧୫୦୩ କମିଥିବାରୁ ମୋଟ ସକ୍ରିୟ ସଂଖ୍ୟା ୪, ୭୯, ୨୧୬ ହୋଇଛି। ସେହିଭଳି ୨୪ ଘଣ୍ଟାରେ ୪୨,୧୫୮ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୮୨,୦୫,୭୨୮ ହୋଇଛି।

ତେଣୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଦେଶର ମୋଟ ସୁସ୍ଥ ହାର ୯୩.୦୯ ହୋଇଥିବା ବେଳେ ମୃତ୍ୟୁ ହାର ୧.୪୭ ରହିଛି। ସେହିଭଳି ଶନିବାର ସୁଦ୍ଧା ସକ୍ରିୟ ସଂଖ୍ୟା ୫.୪୪ ରହିଛି।

Advertisment

ସେହିପରି ନଭେମ୍ବର ୧୪ ସୁଦ୍ଧା ଦେଶରେ ୮,୦୫,୫୮୯ ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ମୋଟ ୧୨,୪୮,୩୬,୮୧୯ ସାମ୍ପଲ ଟେଷ୍ଟ ହୋଇଛି।

Advertisment
Advertisment