Advertisment

ଆଜି ୬୪ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ; ୮ ଶହ ମୃତ୍ୟୁ

ନୂଆଦିଲ୍ଲୀ: ଏବେ ଆଉ ୫୦ ହଜାର ନୁହେଁ ଏବେ ପ୍ରତିଦିନ ୬୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିଭଳି ଦିନକୁ ୮ ଶହରୁ ଅଧିକ କରୋନା ରୋଗୀଙ୍କର ମୃତ୍ୟୁ ହେଉଛି। ଆଜି ଗୋଟିଏ ଦିନରେ ୬୪,୩୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୬୧ ଜଣଙ୍କ ମୃତ୍ୟୁ ହୋଇଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ କରୋନାଜନିତ ମୋଟ ମୃତ୍ୟୁସଂଖ୍ୟା ୪୩ ହଜାର ୩୭୯କୁ ବୃଦ୍ଧି ପାଇଛି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଲକ୍ଷ […]

author-image
Abinash Pati
ଅଦ୍ୟତନ ହୋଇଛି
ଆଜି ୬୪ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ; ୮ ଶହ ମୃତ୍ୟୁ

coronavirus

ନୂଆଦିଲ୍ଲୀ: ଏବେ ଆଉ ୫୦ ହଜାର ନୁହେଁ ଏବେ ପ୍ରତିଦିନ ୬୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିଭଳି ଦିନକୁ ୮ ଶହରୁ ଅଧିକ କରୋନା ରୋଗୀଙ୍କର ମୃତ୍ୟୁ ହେଉଛି। ଆଜି ଗୋଟିଏ ଦିନରେ ୬୪,୩୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ୮୬୧ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ କରୋନାଜନିତ ମୋଟ ମୃତ୍ୟୁସଂଖ୍ୟା ୪୩ ହଜାର ୩୭୯କୁ ବୃଦ୍ଧି ପାଇଛି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଲକ୍ଷ ୫୩ ହଜାର ୧୧ରେ ପହଞ୍ଚିଥିବା ବେଳେ ୧୪,୮୦,୮୮୪ ଲକ୍ଷ ସୁସ୍ଥ ହୋଇଛନ୍ତି। ଦେଶରେ ବର୍ତ୍ତମାନ କରୋନା ଆକ୍ଟିଭ୍‌ କେସ୍- ୬,୨୮,୭୪୭ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।  

ମହାରାଷ୍ଟ୍ରରେ ସର୍ବାଧିକ ୧୭,୩୬୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ତାମିଲନାଡୁ- ୪୮୦୮, ଦିଲ୍ଲୀ- ୪୦୯୮, କର୍ଣ୍ଣାଟକରେ ୩୦୯୧ ଆକ୍ରାନ୍ତ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ।

Advertisment

ଦେଶରେ କରୋନା ସ୍ଥିତି ଭୟଙ୍କର ଭାବେ ବିଗିଡ଼ିବାରେ ଲାଗିଛି। ରୋଗ ନିୟନ୍ତ୍ରଣରେ ଅଛି ବୋଲି ସରକାର ଯେତେ କୁହନ୍ତୁ ନା କାହିଁକି ପ୍ରତିଦିନର ସ୍ଥିତି ଦେଖିଲେ ଦେଶର କରୋନା ସ୍ଥିତି କଣ ତାହା ସ୍ପଷ୍ଟ ଅନୁମେୟ।

Advertisment
Advertisment