Advertisment

କମିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ବଢ଼ିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦିନିକିଆ କରୋନା ଭାଇରସ ଚିହ୍ନଟ ପ୍ରକ୍ରିୟାରେ ଗତକାଲି ଅପେକ୍ଷା ଆଜି କମ୍ ସଂଖ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇଛି। ୨୪ ଘଣ୍ଟାରେ ଦେଶରେ ୧୬,୮୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୩ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୦୭ ଥିବା ବେଳେ ୮୯ ଜଣଙ୍କର ମୃତ୍ୟୁ ହୋଇଥିଲା। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୧,୭୩,୭୬୧କୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥ […]

author-image
Abinash Pati
୨୪ ଘଂଟାରେ ୪୨୫ ଜଣଙ୍କ ପ୍ରାଣ ନେଲା କରୋନା

coronavirus

ନୂଆଦିଲ୍ଲୀ: ଦିନିକିଆ କରୋନା ଭାଇରସ ଚିହ୍ନଟ ପ୍ରକ୍ରିୟାରେ ଗତକାଲି ଅପେକ୍ଷା ଆଜି କମ୍ ସଂଖ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇଛି। ୨୪ ଘଣ୍ଟାରେ ଦେଶରେ ୧୬,୮୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୩ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୦୭ ଥିବା ବେଳେ ୮୯ ଜଣଙ୍କର ମୃତ୍ୟୁ ହୋଇଥିଲା।

Advertisment

ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୧,୭୩,୭୬୧କୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୧,୦୮,୩୯,୮୯୪ ହୋଇଛି।  ସେହିପରି ଦିନକରେ ୧୧୩ ଜଣଙ୍କର ମୃତ୍ୟୁକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧,୫୭,୫୪୮ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ତଥ୍ୟ ଅନୁସାରେ କୋଭିଡ୍‌-୧୯ର ସକ୍ରିୟ ମାମଲା ୧,୭୬,୩୧୯ ହୋଇଥିବା ବେଳେ ମୋଟ ଆକ୍ରାନ୍ତର ସକ୍ରିୟ ହାର ୧.୫୮ ପ୍ରତିଶତ ରହିଛି। ସେହିପରି ମୋଟ ସୁସ୍ଥ ହାର ୯୭.୦୧ ପ୍ରତିଶତ ହୋଇଥିବା ବେଳେ ମୃତ୍ୟୁ ହାର ୧.୪୧ ପ୍ରତିଶତ ରହିଛି।

Advertisment

ଅଗଷ୍ଟ ୭ ତାରିଖରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଟପିଥିଲା। ପରେ ଅଗଷ୍ଟ ୨୩ ତାରିଖକୁ ସଂଖ୍ୟା  ଆଉ ୧୦ ଲକ୍ଷ ବଢ଼ି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୩୦ ଲକ୍ଷ ହୋଇଥିଲା। ସେପ୍ଟେମ୍ବର ୫ ତାରିଖ ବେଳକୁ ପୁଣି ୧୦ ଲକ୍ଷ ବଢ଼ି ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ଓ ସେପ୍ଟେମ୍ବର ୧୬ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ଟପିଥିଲା। ସେହିପରି ସେପ୍ଟେମ୍ବର ୨୮ରେ ୬୦ ଲକ୍ଷ, ଅକ୍ଟୋବର ୧୧ରେ ୭୦, ଅକ୍ଟୋବର ୨୯ରେ ୮୦ ନଭେମ୍ବର ୨୦ ବେଳକୁ ୯୦ ଆଉ ଡିସେମ୍ବର ୧୯ ତାରଖରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କୋଟିଏ ମାଇଲ୍‌ଖଣ୍ଟ ଅତିକ୍ରମ କରିଥିଲା। 

ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ ବା (ଆଇସିଏମ୍‌ଆର୍‌)ର ତଥ୍ୟ ଅନୁସାରେ ଦିନକରେ ମୋଟ ୭,୬୧,୮୩୪ କରୋନା ଟେଷ୍ଟ କରାଯାଇଥିବା ବେଳେ ମୋଟ ଟେଷ୍ଟିଂ ସଂଖ୍ୟା ୨୧,୯୯,୪୦,୭୪୨ ହୋଇଛି।

ଦେଶରେ ଆଜି ୧୧୩ ଜଣ ମୃତକ ମଧ୍ୟରୁ ମହାରାଷ୍ଟ୍ରରୁ ୬୦, ପଞ୍ଜାବରୁ ୧୫ ଏବଂ କେରଳରୁ ୧୪ ଜଣ ରହିଛନ୍ତି। ନୂଆ ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧,୫୭.୫୪୮ ହୋଇଛି। ସେଥିମଧ୍ୟରୁ ମହାରାଷ୍ଟ୍ରରୁ ୫୨,୩୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତାମିଲନାଡୁରୁ ୧୨ ହଜାର ୫୦୮, କର୍ଣ୍ଣାଟକାରୁ ୧୨ ହଜାର ୩୫୦, ଦିଲ୍ଲୀ ୧୦,୯୧୫, ୱେଷ୍ଟବେଙ୍ଗଲ ୧୦,୨୭୩, ଉତ୍ତରପ୍ରଦେଶ ୮,୭୨୯ ଓ ଆନ୍ଧ୍ରପ୍ରଦେଶ ୭,୧୭୧ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଦେଶରେ ୭୦ ପ୍ରତିଶତ କରୋନା ଜନିତ ମୃତ୍ୟୁ ଏକାଧିକ ରୋଗ ଥିବା କାରଣରୁ ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି।

Coronavirus
Advertisment
Advertisment