Advertisment

କୋଭାକ୍ସିନ୍ ନେଇ ବଢୁଛି ଆଶା

ନୂଆଦିଲ୍ଲୀ: ସ୍ୱଦେଶୀ କରୋନା ଟୀକା କୋଭାକ୍ସିନ୍ ନେଇ ଆଶା ବଢୁଛି।  ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ କରୋନା ଟୀକା କୋଭାକ୍ସିନ୍ ୬୦ ପ୍ରତିଶତ ଫଳପ୍ରଦ ହୋଇଛି। ଏହା ଆସନ୍ତାବର୍ଷ ଏପ୍ରିଲ ମାସରେ ବଜାରରେ ଉପଲବ୍ଧ ହେବା ନେଇ ସମ୍ଭାବନା ରହିଛି।  ଭାରତ ବାୟୋଟେକ୍‌ର ଅଧିକାରୀ ସାଇ ଡି. ପ୍ରସାଦ ଏକ ଜାତୀୟ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଥିବା ନେଇ ଖବର ପ୍ରକାଶ ପାଇଛି। ଭାରତ ବାୟୋଟେକ୍ ଏବଂ ଆଇସିଏମଆର ମିଳିତ ଭାବେ କୋଭାକ୍ସିନ୍ ଉପରେ ଗବେଷଣା ଜାରି […]

author-image
Biswobandita Swain
କୋଭାକ୍ସିନ୍ ନେଇ ବଢୁଛି ଆଶା

covaxin

ନୂଆଦିଲ୍ଲୀ: ସ୍ୱଦେଶୀ କରୋନା ଟୀକା କୋଭାକ୍ସିନ୍ ନେଇ ଆଶା ବଢୁଛି।  ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ କରୋନା ଟୀକା କୋଭାକ୍ସିନ୍ ୬୦ ପ୍ରତିଶତ ଫଳପ୍ରଦ ହୋଇଛି। ଏହା ଆସନ୍ତାବର୍ଷ ଏପ୍ରିଲ ମାସରେ ବଜାରରେ ଉପଲବ୍ଧ ହେବା ନେଇ ସମ୍ଭାବନା ରହିଛି।  ଭାରତ ବାୟୋଟେକ୍‌ର ଅଧିକାରୀ ସାଇ ଡି. ପ୍ରସାଦ ଏକ ଜାତୀୟ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଥିବା ନେଇ ଖବର ପ୍ରକାଶ ପାଇଛି।

Advertisment

ଭାରତ ବାୟୋଟେକ୍ ଏବଂ ଆଇସିଏମଆର ମିଳିତ ଭାବେ କୋଭାକ୍ସିନ୍ ଉପରେ ଗବେଷଣା ଜାରି ରଖିଛନ୍ତି। ଗତ ମାସରେ ଟୀକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଥିବା ନେଇ ସୂଚନା ମିଳିଥିଲା। ଏହାର ପରୀକ୍ଷଣରେ ଦେଶର ମୋଟ ୨୫ଟି ସେଣ୍ଟରରୁ ୨୬ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ କ୍ଲିନିକାଲ ଟ୍ରାଏଲ ହୋଇଥିଲା। ଏହି ଟୀକା ୬୦ ପ୍ରତିଶତ ଫଳପ୍ରଦ ବୋଲି କୁହାଯାଉଛି। ସାରା ବିଶ୍ୱରେ କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଗବେଷଣା ଜାରି ରହିଛି।

Advertisment
Advertisment