Advertisment

କରୋନା ନେଗେଟିଭ୍ ରିପୋର୍ଟ ନଥିଲେ ୪ ରାଜ୍ୟରୁ ମୁମ୍ବାଇକୁ ନୋ ଏଣ୍ଟ୍ରି

ନୂଆଦିଲ୍ଲୀ: କରୋନା ନେଗେଟିଭ୍ ରିପୋର୍ଟ ନଥିଲେ ୪ ରାଜ୍ୟରୁ ମୁମ୍ବାଇକୁ ନୋ ଏଣ୍ଟ୍ରି । ଏସବୁ ରାଜ୍ୟ ଗୁଡ଼ିକ ହେଲା ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ଗୋଆ। ଅର୍ଥାତ୍ ଏହି ସହୁ ରାଜ୍ୟରୁ ବିମାନରେ ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ ନିୟମ ଅତ୍ୟନ୍ତ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ବମ୍ବେ ମହାନଗର ନିଗମ ବା ବିଏମ୍ସି। ଆସନ୍ତା ନଭେମ୍ବର ୨୫ ତାରିଖରୁ ଏହି ନିୟମ ଲାଗୁ ହେବ। ଏସବୁ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ ଅତିକମ୍‌ରେ […]

author-image
Biswobandita Swain
କରୋନା ନେଗେଟିଭ୍ ରିପୋର୍ଟ ନଥିଲେ ୪ ରାଜ୍ୟରୁ ମୁମ୍ବାଇକୁ ନୋ ଏଣ୍ଟ୍ରି

covia-3

ନୂଆଦିଲ୍ଲୀ: କରୋନା ନେଗେଟିଭ୍ ରିପୋର୍ଟ ନଥିଲେ ୪ ରାଜ୍ୟରୁ ମୁମ୍ବାଇକୁ ନୋ ଏଣ୍ଟ୍ରି । ଏସବୁ ରାଜ୍ୟ ଗୁଡ଼ିକ ହେଲା ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ଗୋଆ। ଅର୍ଥାତ୍ ଏହି ସହୁ ରାଜ୍ୟରୁ ବିମାନରେ ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ ନିୟମ ଅତ୍ୟନ୍ତ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ବମ୍ବେ ମହାନଗର ନିଗମ ବା ବିଏମ୍ସି।

Advertisment

ଆସନ୍ତା ନଭେମ୍ବର ୨୫ ତାରିଖରୁ ଏହି ନିୟମ ଲାଗୁ ହେବ। ଏସବୁ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ ଅତିକମ୍‌ରେ ୭୨ ଘଣ୍ଟା ପୂର୍ବର କରୋନା ନେଗେଟିଭ୍ ରିପୋର୍ଟ ସାଙ୍ଗରେ ଆଣିବାକୁ ପଡ଼ିବ। ଯଦି କୌଣସି ଯାତ୍ରୀଙ୍କ ପାଖରେ ଏହା ନଥାଏ, ତାହାଲେ ତାଙ୍କୁ ତୁରନ୍ତ ବିମାନ ବନ୍ଦରରେ ଆରଟିପିସିଆର ଟେଷ୍ଟ ପାଇଁ ଫିସ୍ ଦାଖଲ କରିବାକୁ ପଡ଼ିବ। ଉଭୟ ବୋର୍ଡିଂ ସମୟରେ ଓ ମୁମ୍ବାଇରେ ପହଞ୍ଚିବା ପରେ ଯାଞ୍ଚ କର୍ମଚାରୀଙ୍କୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ହେବ। ମହାରାଷ୍ଟ୍ରରେ କୋଭିଡ୍‌ର ଲେଉଟାଣି ରୂପକୁ ଦେଖି ଏଭଳି ନିଷ୍ପତ୍ତି ନେଇଛି ବିଏମ୍ସି।

Advertisment
Advertisment