Advertisment

ଅଲ୍‌-କାଏଦା ଟାର୍ଗେଟ୍‌ରେ ବେଙ୍ଗଲର ବଡ଼ ବଡ଼ ନେତା; ସତର୍କ କରାଇଲା ଏନ୍‌ଆଇଏ

ନୂଆଦିଲ୍ଲୀ: ଭାରତରେ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ କଲା ଇଣ୍ଟେଲିଜେନ୍ସ ବ୍ୟୁରୋ। ପଶ୍ଚିମବଙ୍ଗରେ ଆକ୍ରମଣ ନେଇ ପାକିସ୍ତାନ ଆତଙ୍କୀ ସଂଗଠନ ଅଲ୍‌-କାଏଦା ଯୋଜନା କରୁଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ ରିପୋର୍ଟ ପ୍ରକାଶ କରିଛି। ଏନେଇ ନଭେମ୍ବର ୫ ତାରିଖରେ ଏନ୍‌ଆଇଏ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଅଲ୍‌କାଏଦା ଆକ୍ରମଣ ଯୋଜନାର ପ୍ରଶ୍ନ ଉପରେ ଉତ୍ତର ଦେଇ ଏନ୍‌ଆଇଏ ଅଧିକାରୀ କହିଛନ୍ତି, ବିଦେଶରୁ ରହି ଭାରତରେ ଆକ୍ରମଣ କରିବା ପାଇଁ ଯୋଜନା ଚାଲିଛି। ଏଥିପାଇଁ ପାକିସ୍ତାନରୁ ଥାଇ ଅନ୍‌ଲାଇନ୍‌ରେ […]

author-image
Abinash Pati
ଅଲ୍‌-କାଏଦା ଟାର୍ଗେଟ୍‌ରେ ବେଙ୍ଗଲର ବଡ଼ ବଡ଼ ନେତା; ସତର୍କ କରାଇଲା ଏନ୍‌ଆଇଏ

nia

ନୂଆଦିଲ୍ଲୀ: ଭାରତରେ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ କଲା ଇଣ୍ଟେଲିଜେନ୍ସ ବ୍ୟୁରୋ। ପଶ୍ଚିମବଙ୍ଗରେ ଆକ୍ରମଣ ନେଇ ପାକିସ୍ତାନ ଆତଙ୍କୀ ସଂଗଠନ ଅଲ୍‌-କାଏଦା ଯୋଜନା କରୁଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ ରିପୋର୍ଟ ପ୍ରକାଶ କରିଛି। ଏନେଇ ନଭେମ୍ବର ୫ ତାରିଖରେ ଏନ୍‌ଆଇଏ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।

Advertisment

ଅଲ୍‌କାଏଦା ଆକ୍ରମଣ ଯୋଜନାର ପ୍ରଶ୍ନ ଉପରେ ଉତ୍ତର ଦେଇ ଏନ୍‌ଆଇଏ ଅଧିକାରୀ କହିଛନ୍ତି, ବିଦେଶରୁ ରହି ଭାରତରେ ଆକ୍ରମଣ କରିବା ପାଇଁ ଯୋଜନା ଚାଲିଛି। ଏଥିପାଇଁ ପାକିସ୍ତାନରୁ ଥାଇ ଅନ୍‌ଲାଇନ୍‌ରେ ଆତଙ୍କବାଦୀଙ୍କ ଭର୍ତ୍ତି କରାଯାଉଛି। ତା ସହିତ ପାକିସ୍ତାନର କରାଚୀ ଓ ପେଶାୱାର୍‌ରେ ମଧ୍ୟ ଓପନ ରିକ୍ରୁଟ୍‌ମେଣ୍ଟ ସେଣ୍ଟର(ଚାକିରି ପ୍ରଦାକାନକାରୀ କାର୍ଯ୍ୟାଳୟ) ଖୋଲାଯାଇଛି। ସେଠାରେ ରହି ବେଙ୍ଗଲର ସ୍ଥାନୀୟ ଲୋକମାନଙ୍କୁ ଧର୍ମାନ୍ଧତାର ପାଠ ପଢାଯାଇ କଟ୍ଟରପନ୍ଥୀ କରିବାକୁ ଉଦ୍ୟମ କରାଯାଉଥିବା ଏନ୍‌ଆଇଏ କହିଛି।

ଆଗକୁ ପିଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଆସୁଥିବାରୁ, ରାଜନୈତିକ ଆରୋପ ପ୍ରତ୍ୟାରୋପ ଭିତରେ ଆତଙ୍କବାଦୀମାନେ ଫାଇଦା ଉଠାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Advertisment

ସୂଚନା ଥାଉକି, ଏପର୍ଯ୍ୟନ୍ତ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ୍ ଥିବା ୧୧ ଜଣଙ୍କୁ ଗିରଫ କରିଛି ଏନ୍‌ଆଇଏ। ନିକଟରେ ସୋସିଆଲ୍‌ ମିଡିଆ ମାଧ୍ୟମରେ ଯୁବକଙ୍କୁ ଆତଙ୍କୀ ସଂଗଠନରେ ଭର୍ତ୍ତି କରୁଥିବା ଜଣେ ମହିଳାକୁ ମଧ୍ୟ ଗିରଫ କରାଯାଇଥିଲା।

Advertisment
Advertisment