/odishatv-khabar/media/post_attachments/uploadimage/library/16_9/16_9_0/air-india-1_1625414958.jpg)
air-india
ନୂଆଦିଲ୍ଲୀ: ଏଆର ଇଣ୍ଡିଆ ବିମାନ ଉଡ଼ାଣ ଉପରେ ବ୍ୟାନ୍ ଲଗାଇଲା ହଂକଂ। ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ହଂକଂ ଏହି ବ୍ୟାନ୍ ଲଗାଇଛି। ଏଆର ଇଣ୍ଡିଆ ବିମାନରେ କିଛି ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହଂକଂ ବ୍ୟାନ୍ ଲଗାଇଥିବା ଜଣେ ବରିଷ୍ଟ ଅଧିକାରୀ କହିଛନ୍ତି।
ତେବେ ଯଦି ବିମାନର ସମସ୍ତ ଯାତ୍ରୀଙ୍କର ୭୨ ଘଣ୍ଟା ପୂର୍ବରୁ କୋଭିଡ୍ ଟେଷ୍ଟ ହୋଇଥିବ ଓ ସେମାନଙ୍କ ପାଖରେ କୋଭିଡ-୧୯ର ନେଗେଟିଭ୍ ରିପୋର୍ଟ ଥିବ ତେବେ ବିମାନକୁ ହଂକଂରେ ଲ୍ୟାଣ୍ଡି କରିବାକୁ ଅନୁମତି ମିଳିବ ବୋଲି ସେଠାକାର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜୁଲାଇ ମାସରେ ଏହି ନିୟମ ଜାରି ହୋଇଛି। ଏହା ବ୍ୟତୀତ ସମସ୍ତ ଅନ୍ତର୍ଜାତୀୟ ବିମାନ ଲ୍ୟାଣ୍ଡିଂ କରିବା ପରେ ସେମାନଙ୍କର କୋଭିଡ୍ ଟେଷ୍ଟ ହେବ ବୋଲି ହଂକଂ ସରକାର ନିୟମ କରିଛନ୍ତି।
ଏଆର ଇଣ୍ଡିଆରୁ ଓହ୍ଲାଇଥିବା କିଛି ଯାତ୍ରୀ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ହଂକଂ ସରକାର କହିଛନ୍ତି। ଏଥିପାଇଁ ହଂକଂ ସରକାର ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ଏୟାର ଇଣ୍ଡିଆ ଫ୍ଲାଇଟ୍କୁ ବ୍ୟାନ୍ କରିଛନ୍ତି ବୋଲି କୁହାଯାଇଛି।
କେବଳ ଭାରତ ନୁହେଁ, ଭାରତ ବ୍ୟତୀତ ଅନ୍ୟ ଦେଶ ପାଇଁ ବି ଏହି ନିୟମ ଜାରି କରିଛି ହଂକଂ। ଯେଉଁ ଯାତ୍ରୀମାନେ ବାଂଲଦେଶ, ଇଣ୍ଡୋନେସିଆ କଜାଖସ୍ତାନ, ନେପାଳ, ପାକିସ୍ତାନ ଓ ଫିଲିପିନ୍ସରୁ ଆସୁଥିବେ, ସେମାନେ ପୂର୍ବରୁ କୋଭିଡ୍ ଟେଷ୍ଟ କରିବା ସହିତ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)