/odishatv-khabar/media/post_attachments/uploadimage/library/16_9/16_9_0/AMIT-SHAH_1625432057.jpg)
AMIT-SHAH
ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ ଶାହ। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ରେ ଲେଖିଛନ୍ତି “ ଆଜି ମୋର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ଏଥିପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ସହିତ ମୋର ସମସ୍ତ ହିତାକାଂକ୍ଷୀ, ଯେଉଁମାନେ ମୋ ଆରୋଗ୍ୟ କାମନା କରିଥିଲେ ସେମାନଙ୍କୁ ହୃଦୟରୁ ଧନ୍ୟାବାଦ ଜଣାଉଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଆଉ କିଛି ଦିନ ହୋମ୍ ଆଇସୋଲେସନ୍ରେ ରହିବି।”
ସେହିପରି ଅନ୍ୟ ଏକ ଟ୍ୱିଟ୍ରେ ମେଦାନ୍ତ ହସ୍ପିଟାଲ୍ର କର୍ମକର୍ତ୍ତା ଓ ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି ଗୃହମନ୍ତ୍ରୀ। ସେ ଟ୍ୱିଟ୍ କରି ଲେଖିଛନ୍ତି "କରୋନା ସଂକ୍ରମଣ ସହିତ ଲଢ଼ିବା ପାଇଁ ମୋତେ ସାହାଯ୍ୟ କରିଥିବା ଓ ମୋର ଚିକିତ୍ସା କରିଥିବା ମେଦାନ୍ତ ହସ୍ପିଟାଲ୍ର ସମସ୍ତ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ୍ଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବଦା"
ଏହା ପୂର୍ବରୁ ଶାହଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ଅଗଷ୍ଟ ୯ ତାରିଖରେ ଟ୍ୱିଟ୍ କରିଥିଲେ ଦିଲ୍ଲୀ ବିଜେପି ନେତା ମନୋଜ ତିୱାରୀ। କିନ୍ତୁ ପରେ ଏହାକୁ ଖଣ୍ଡନ କରିଥିଲା ଗୃହମନ୍ତ୍ରାଳୟ। ଶାହଙ୍କର ଦ୍ୱିତୀୟ ଥର କରୋନା ଟେଷ୍ଟ କରାଯାଇ ନାହିଁ। ତେଣୁ ଏ ଖବର ମିଛ ବୋଲି ଗୃହମନ୍ତ୍ରାଳୟ କହିବା ପରେ ମନୋଜ ତିୱାରୀ ଟ୍ୱିଟ୍କୁ ଡିଲିଟ କରିଦେଇଥିଲେ।
ଅଗଷ୍ଟ ୨ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)