/odishatv-khabar/media/post_attachments/uploadimage/library/16_9/16_9_0/gold-8_1625088813.jpg)
gold
ଲକ୍ଷ୍ନୌ: ଅଭିନବ ଉପାୟରେ ହେଉଥିଲା ସୁନା ଚାଲାଣ। ଖୁବ୍ ସତର୍କତାର ସହ ସମସ୍ତଙ୍କ ଆଖିରେ ଧୂଳି ଦେଇ ଆଣୁଥିଲେ। କିନ୍ତୁ ଲକ୍ଷ୍ନୌ ଚୌଧୁରୀ ଚରଣ ସିଂ ଏୟାରପୋର୍ଟରେ ଧରାପଡ଼ିଗଲେ। ବିମାନ ବନ୍ଦର ଅଧିକାରୀମାନେ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଜବତ କରିଛନ୍ତି।
ସୀମା ଶୁଳ୍କ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ ରିଲିଜ୍ରେ କୁହାଯାଇଛି, ଏହି ସୁନା ଦୁବାଇରୁ ଆସୁଥିଲା। ଲକ୍ଷ୍ନୌ ବିମାନବନ୍ଦରରେ FZ 8325 ବିମାନରୁ ଓହ୍ଲାଇଥିଲେ ଚାଲାଣକାରୀ। ପରେ ବିମାନବନ୍ଦର ଅଧିକାରୀମାନେ ତାଙ୍କୁ ଧରି ୧୮୦.୫୦ ଗ୍ରାମ ସୁନା ଜବତ କରିଥିଲେ।
ବିମାନଯାତ୍ରୀ ଜଣକ ଏମିତି ଅଭିନବ ଉପାୟରେ ସୁନା ଚାଲାଣ କରୁଥିଲେ ଯେ, ତାଙ୍କୁ ଧରିବା କଷ୍ଟକର ଥିଲା। ସେ ଦୁବାଇ ବିମାନ ବନ୍ଦରରୁ ବି ଖସି ଆସିଥିଲେ। ହେଲେ ଲକ୍ଷ୍ନୌରେ ଧରାପଡ଼ିଗଲେ। କଷ୍ଟମ ଡିପାର୍ଟମେଣ୍ଟ ଅଧିକାରୀ ନିହାରିକା ଲାଖାଙ୍କ କହିବା ଅନୁଯାୟୀ, ଯାତ୍ରୀ ଜଣକ ଦୁଇଟି କଳା ଟ୍ରଲି ବ୍ୟାଗ ନେଇ ଆସିଥିଲେ। ହେଲେ ଚୋରା ସୁନାକୁ ସ୍କୃ କରି ବ୍ୟାଗ୍ର ତଳପାଖରେ ଫିଟ କରାଇଥିଲେ। ଦୁଇଟି ବ୍ୟାଗ୍ରେ ପ୍ରାୟ ୪୬ଟି ସ୍କୃ ଲଗାଇଥିଲେ।
/odishatv-khabar/media/post_attachments/wp-content/uploads/2020/11/gold-6.jpg)
ଯାହା ବି ହେଉ, ଲକ୍ଷ୍ନୌ ବିମାନ ବନ୍ଦର କର୍ମଚାରୀଙ୍କ ତତ୍ପରତା ଯୋଗୁ ଏହି ଚୋରା ଚାଲାଣ ଧରାପଡ଼ି ଯାଇଥିଲା। ଜବତ ସୁନାର ଦାମ ୯ଳଲକ୍ଷ ୫୪ ହଜାର ହେବ ବୋଲି ଅନୁମାନ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)