Advertisment

ସୁନା ଦରରେ ରେକର୍ଡ ବୃଦ୍ଧି: ଭୁବନେଶ୍ୱରରେ ଦାମ କେତେ ହେଲା ?

ନୂଆଦିଲ୍ଲୀ: ଡିଜେଲ୍‌, ପେଟ୍ରୋଲ୍‌ ପରେ ଏବେ ସୁନା ଦରରେ ରେକର୍ଡ ବୃଦ୍ଧି ହୋଇଛି। ଦିଲ୍ଲୀରେ ଦଶଗ୍ରାମ ପିଛା ସୁନା ଦର ୫୦ ହଜାର ହୋଇଛି। କରୋନା ପରିସ୍ଥିତି ଯୋଗୁ ଦର ବଢ଼ୁଥିବା କୁହାଯାଉଛି। ବିଦେଶର ସୁନା ଚାହିଦା ବୃଦ୍ଧି ପାଉଥିବାରୁ ଏହାର ଦର ବୃଦ୍ଧି ହେଉଛି ବୋଲି କୁହାଯାଉଛି। ଅହମଦାବାଦରେ ବି ସୁନା ଦର ରେକର୍ଡ କରିଛି। ଏଠାରେ ୩ ପ୍ରତିଶତ ଜିଏସ୍‌ଟି ଲଗାଇ ଦର ୫୦,୪୦୦ ହୋଇଛି। ସେହିଭଳି ଭୁବନେଶ୍ୱରରେ ୨୨କ୍ୟାରେଟ୍‌ ସୁନାର ଦାମ ୧୦ […]

author-image
Abinash Pati
ସୁନା ଦରରେ ରେକର୍ଡ ବୃଦ୍ଧି: ଭୁବନେଶ୍ୱରରେ ଦାମ କେତେ ହେଲା ?

gold price today in bhubaneswar gold price today in bhubaneswar

ନୂଆଦିଲ୍ଲୀ: ଡିଜେଲ୍‌, ପେଟ୍ରୋଲ୍‌ ପରେ ଏବେ ସୁନା ଦରରେ ରେକର୍ଡ ବୃଦ୍ଧି ହୋଇଛି। ଦିଲ୍ଲୀରେ ଦଶଗ୍ରାମ ପିଛା ସୁନା ଦର ୫୦ ହଜାର ହୋଇଛି। କରୋନା ପରିସ୍ଥିତି ଯୋଗୁ ଦର ବଢ଼ୁଥିବା କୁହାଯାଉଛି। ବିଦେଶର ସୁନା ଚାହିଦା ବୃଦ୍ଧି ପାଉଥିବାରୁ ଏହାର ଦର ବୃଦ୍ଧି ହେଉଛି ବୋଲି କୁହାଯାଉଛି।

Advertisment

ଅହମଦାବାଦରେ ବି ସୁନା ଦର ରେକର୍ଡ କରିଛି। ଏଠାରେ ୩ ପ୍ରତିଶତ ଜିଏସ୍‌ଟି ଲଗାଇ ଦର ୫୦,୪୦୦ ହୋଇଛି। ସେହିଭଳି ଭୁବନେଶ୍ୱରରେ ୨୨କ୍ୟାରେଟ୍‌ ସୁନାର ଦାମ ୧୦ ଗ୍ରାମ ପ୍ରତି ୪୬, ୩୬୦ ରହିଥିବା ବେଳେ ୨୪ କ୍ୟାରେଟ୍‌ ସୁନାଦର ଦାମ୍ ୫୦,୫୭୦ ରହିଛି।

ବୁଧବାର ଭୁବନେଶ୍ୱରରେ ୨୨ ଓ ୨୪ କ୍ୟାରେଟ୍ ସୁନାର ଦାମ ଯଥାକ୍ରମେ ୪୬,୩୫୦ ଓ ୫୦,୫୬୦ ରହିଥିଲା।

Advertisment

ବିଭିନ୍ନ ସହରରେ ସୁନା ଦର ?

ମୁମ୍ବାଇରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନାର ଦାମ ୪୮,୪୧୦ ରହିଥିବା ବେଳେ ଦିଲ୍ଲୀରେ ୪୮,୨୬୦ ଓ ଚେନ୍ନାଇରେ ୫୦,୫୭୦ ଦାମ ରହିଛି। ସେହିଭଳି କୋଲକାତାରେ ୧୦ ଗ୍ରାମ ୨୪ କ୍ୟାରେଟ୍‌ ସୁନାର ଦାମ ୪୯,୦୪୦ ଟଙ୍କା ରହିଛି

ଗତ ୧ ବର୍ଷ ମଧ୍ୟରେ ସୁନା ଦର ୧୫ ପ୍ରତିଶତରୁ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇଛି। କରୋନା ଟୀକା ନ ଆସିବା ପର୍ଯ୍ୟନ୍ତ ଓ ସଂକ୍ରମଣ ନିୟନ୍ତ୍ରଣ ନ ହେବା ଯାଏଁ ସୁନା ଉପରେ ସମସ୍ତ ଧ୍ୟାନ ଓ ଚାହିଦା ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Gold Price Today In Bhubaneswar Gold Price In India
Advertisment
Advertisment