Advertisment

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

ପାନାଜୀ: ମୋବାଇଲ୍‌ ହ୍ୟାକ ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଗୋଆ ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ କାଭ୍‌ଲେକର। ତାଙ୍କ ମୋବାଇଲ୍‌ରୁ ସେ ସଦସ୍ୟ ଥିବା ଏକ ହ୍ୱାଟ୍ସଆପ୍‌ ଗ୍ରୁପ୍‌କୁ ଆପତ୍ତିଜନକ ଭିଡିଓ ପଠାଯାଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଏହାପରେ ଗୋଆରେ ବିଜେପିର ଅଡ଼ୁଆ କିନ୍ତୁ ବଢ଼ିଯାଇଛି। କାରଣ ଘଟଣାକୁ ନେଇ ବିରୋଧୀ ବିଜେପି ଉପରେ ରାଜନୈତିକ ଆକ୍ରମଣ କରିଛି। ରିପୋର୍ଟ ଅନୁସାରେ, ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ ‘ଭିଲେଜ୍‌ ଅଫ୍‌ ଗୋଆ’ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌କୁ ଏକ ପର୍ଣ୍ଣୋଗ୍ରାଫିକ୍‌ ଭିଡିଓ […]

author-image
Abinash Pati
ଅଦ୍ୟତନ ହୋଇଛି
ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

goa-deputycm

ପାନାଜୀ: ମୋବାଇଲ୍‌ ହ୍ୟାକ ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଗୋଆ ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ କାଭ୍‌ଲେକର। ତାଙ୍କ ମୋବାଇଲ୍‌ରୁ ସେ ସଦସ୍ୟ ଥିବା ଏକ ହ୍ୱାଟ୍ସଆପ୍‌ ଗ୍ରୁପ୍‌କୁ ଆପତ୍ତିଜନକ ଭିଡିଓ ପଠାଯାଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଏହାପରେ ଗୋଆରେ ବିଜେପିର ଅଡ଼ୁଆ କିନ୍ତୁ ବଢ଼ିଯାଇଛି। କାରଣ ଘଟଣାକୁ ନେଇ ବିରୋଧୀ ବିଜେପି ଉପରେ ରାଜନୈତିକ ଆକ୍ରମଣ କରିଛି।

Advertisment

ରିପୋର୍ଟ ଅନୁସାରେ, ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ ‘ଭିଲେଜ୍‌ ଅଫ୍‌ ଗୋଆ’ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌କୁ ଏକ ପର୍ଣ୍ଣୋଗ୍ରାଫିକ୍‌ ଭିଡିଓ ଶେୟାର କରାଯାଇଛି। ଏହି ଗ୍ରୁପ୍‌ରେ ନିଜେ ଉପମୁଖ୍ୟମନ୍ତ୍ରୀ ଜଣେ ସଦସ୍ୟ ଅଛନ୍ତି। ସୋମବାର ରାତି ପ୍ରାୟ ୧.୨୦ ବେଳେ ଏହି ଭିଡିଓ ଶେୟାର ହୋଇଛି।

ତେବେ କାଭ୍‌ଲେକରଙ୍କ ଅଭିଯୋଗ ଅନୁସାରେ ସେ ଶୋଇଥିବା ବେଳେ ତାଙ୍କ ମୋବାଇଲ୍‌ରୁ ଏହି ଆପତ୍ତିଜନକ ଭିଡିଓ ଶେୟାର ହୋଇଛି। ସେତେବେଳେ ତାଙ୍କ ପାଖରେ ମୋବାଇଲ୍‌ ନଥିଲା। ସେ ଶୀଘ୍ର ଶୋଇପଡ଼ିଥିଲେ। ଏଣୁ ପୋଲିସ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

Advertisment

publive-image

କାଭ୍‌ଲେକର ଆହୁରି କହିଛନ୍ତି ଯେ ନିକଟରେ ତାଙ୍କୁ ବଦ୍‌ନାମ କରିବାକୁ ଅନେକ ଅପଚେଷ୍ଟା କରାଯାଇଛି। ଲୋକଙ୍କ ପାଖରେ ତାଙ୍କର ଛବି ମଳିନ କରିବାକୁ ଉଦ୍ୟମ ହୋଇଛି। ତେଣୁ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଥାନାରେ ଅଭିଯୋଗ କରିଛନ୍ତି।

ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ଥାନ ଟାଇମ୍ସ ଓ ଏନ୍‌ଡିଟିଭି ରିପୋର୍ଟ ଅନୁସାରେ, ଏଭଳି ଘଟଣାରେ ଗୋଆ ଉପମୁଖ୍ୟମନ୍ତ୍ରୀ ନାଁରେ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ଗୋଆ ଫର୍‌ୱାର୍ଡ ଦଳର ମହିଳା ମୋର୍ଚ୍ଚା ପକ୍ଷରୁ ଏହି ମାମଲା କରାଯାଇଛି। ମହିଳା ସମ୍ମାନରେ ଆଞ୍ଚ ଆସିଛି ବୋଲି ଅଭିଯୋଗ କରି ଆଇଟି ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳା ମୋର୍ଚ୍ଚା ଦାବି କରିଛି। ସେହିପରି କଂଗ୍ରେସ ମଧ୍ୟ ଘଟଣାରେ ବିଜେପିକୁ ଟାର୍ଗେଟ କରିଛି। ଦଳୀୟ ନେତା ଗୌରଭ ପାଢ଼ୀ ଟ୍ୱିଟ୍ କରି ଉପମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।

 

Advertisment
Advertisment