/odishatv-khabar/media/post_attachments/uploadimage/library/16_9/16_9_0/kbc_1625154798.jpg)
kbc
ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଶୋ’ କୌନ ବନେଗା କରୋଡପତି ସିଜନ ୧୨ ବିବାଦର ଫସିଯାଇଛି। ଏହି ଶୋ’ରେ ଅମିତାଭ ମନୁସ୍ମୃତି ସମ୍ପର୍କିତ ଏକ ପ୍ରଶ୍ନ ପଚାରିଥିଲେ। ଏହି ପ୍ରଶ୍ନକୁ ନେଇ ବିଗ୍ବିଙ୍କ ସମେତ ସୋନି ଟେଲିଭିଜନ୍ ନାଁରେ ଥାନାରେ ମାମଲା ହୋଇଛି। ତାଙ୍କର ଏପରି ପ୍ରଶ୍ନ ହିନ୍ଦୁ ଧର୍ମ ପ୍ରତି କୁଠାରଘାତ ଦର୍ଶାଇ ଏତଲା ଦାୟର କରିଛନ୍ତି ଜଣେ ବିଜେପି ନେତା।
ଅକ୍ଟୋବର ୩୦ ତାରିଖ ଶୋ’ର କରମବୀର ଏପିସୋଡରେ ଅମିତାଭ ମନୃସ୍ମୃତି ସମ୍ପର୍କିତ ଏକ ପ୍ରଶ୍ନ, ହଟ୍ ସିଟ୍ରେ ବସିଥିବା ସମାଜସେବୀ ବେଜ୍ୱାଡା ୱିଲ୍ସନ ଓ ଅଭିନେତା ଅନୁପ ସୋନିଙ୍କୁ ପଚାରିଥିଲେ। ଏହି ପ୍ରଶ୍ନଟି ୬.୪୦ ଲକ୍ଷ ଟଙ୍କା ପାଇଁ ଉଦ୍ଦିଷ୍ଟ ଥିଲା।
ପ୍ରଶ୍ନଟି ଥିଲା- ୧୯୨୭ ଡିସେମ୍ବର ୨୫ ତାରିଖରେ ବି.ଆର୍ ଆମ୍ବେଦକର ଓ ତାଙ୍କ ସମର୍ଥକମାନେ କେଉଁ ଧର୍ମଗ୍ରନ୍ଥପୃଷ୍ଠା ଜାଳି ଦେଇଥିଲେ?
ଏହାର ଅପସନ ଥିଲା- (ଏ)ବିଷ୍ଣୁପୁରାଣ, (ବି)ଭଗବତ ଗୀତା (ସି)ରୁଗବେଦ ଏବଂ (ଡି) ମନୁସ୍ମୃତି
ଏହି ପ୍ରଶ୍ନର ଉତ୍ତରରେ ଅମିତାଭ କହିଥିଲେ “ ୧୯୨୭ରେ ଆମ୍ବେଦକର ଜାତିଗତ ଭେଦଭାବ ଏବଂ ଅସ୍ପୃଶ୍ୟତାକୁ ଆଦର୍ଶଗତ ଭାବରେ ନ୍ୟାୟ ଦେବା ପାଇଁ ପ୍ରାଚୀନ ହିନ୍ଦୁ ପାଠ ମନୁସ୍ମୃତିକୁ ନିନ୍ଦା କରିବା ସହିତ ଏହାର କପି ପୋଡ଼ି ଦେଇଥିଲେ।”
ଏହି ଘଟଣାରେ ଅମିତାଭଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ଲାତୁର ଅଓସାର ବିଜେପି ବିଧାୟକ ଅଭମନ୍ୟୁ ପାୱାର। ଏତଲାରେ ସେ ଦର୍ଶାଇଛନ୍ତି ଯେ ବିଗ୍ବି ପଚାରିଥିବା ପ୍ରଶ୍ନରେ ସମସ୍ତ ବିକଳ୍ପ ହିନ୍ଦୁ ଧର୍ମକୁ ସୂଚାଉ ଥିଲା। ହିନ୍ଦୁଙ୍କ ଭାବନାକୁ କୁଠାର ଘାତ କରିବା ପାଇଁ ଏଭଳି ପ୍ରଶ୍ନ ପଚରାଯାଇଛି ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି।
ଟ୍ୱିଟରରେ ମଧ୍ୟ ଏହି ଅଭିଯୋଗ କପିକୁ ଶେୟାର କରିଛନ୍ତି ଅଭିମନ୍ୟୁ। ଟ୍ୱିଟ୍ କରି ସେ ଲେଖିଛନ୍ତି “ ହିନ୍ଦୁମାନଙ୍କୁ ଅପମାନିତ କରିବା ସହିତ ସଦ୍ଭାବନାରେ ରହୁଥିବା ବୁଦ୍ଧିଷ୍ଟ ଓ ହିନ୍ଦୁମାନଙ୍କ ଭିତରେ ମତଭେଦ ସୃଷ୍ଟି କରିବା ପାଇଁ ଚେଷ୍ଟା କରାଯାଇଛି।”
ଅଭିମନ୍ୟୁଙ୍କର ଏହି ଟ୍ୱିଟ୍ରେ କେବିସି ବିରୋଧରେ ତୀବ୍ର ପ୍ରତିକ୍ରୀୟା ରଖିଛନ୍ତି ଟ୍ୱଟରାଟୀ(ଟ୍ୱିଟର ବ୍ୟବହାରକାରୀ)। କେବିସି ବାମପନ୍ଥୀ ଚିନ୍ତାଧାରାରେ ଚାଲୁଛି ବୋଲି କିଛି କହିଥିବା ବେଳେ ଏହି ପୋଗ୍ରାମକୁ ବୟକଟ୍ କରିବା ପାଇଁ ମଧ୍ୟ ସୋସିଆଲ୍ ମିଡିଆରେ ଦାବି ହୋଇଛି। ସେହିଭଳି ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ମଧ୍ୟ ଶୋ’ର ଏହି ଭାଗକୁ ଟ୍ୱିଟରେ ଶେୟାର କରିବା ସହିତ କେବିସିକୁ ନିନ୍ଦା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)