/odishatv-khabar/media/post_attachments/uploadimage/library/16_9/16_9_0/farmer଼-1_1625073482.jpg)
farmer଼-1
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କୃଷକଙ୍କ ରଣହୁଙ୍କାର। ପଞ୍ଜାବ ଏବଂ ହରିୟାଣାରୁ ହଜାର ହଜାର ଚାଷୀ ଦିଲ୍ଲୀ ଚଲୋ ନାରା ଦେଇ ରାଜଧାନୀକୁ ଆସିଛନ୍ତି । କୃଷକଙ୍କ ଏହି ଦିଲ୍ଲୀ ଚଲୋ ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିୟାଣା-ଦିଲ୍ଲୀ ସୀମାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସାରା ରାତି କୃଷକମାନେ ଡେରା ପକାଇବା ପରେ ଦିଲ୍ଲୀ ଭିତରେ ପଶିବା ପାଇଁ ଚେଷ୍ଟା କରିଥିଲେ। ହେଲେ ପୋଲିସ ବିରୋଧ କରିବାରୁ ସୀମାରେ ପୋଲିସ ସହ ଆନ୍ଦୋଳନରତ ଚାଷୀଙ୍କ ଧସ୍ତା ଧସ୍ତି, ଖଣ୍ଡଯୁଦ୍ଧ ହୋଇଛି । ଚାଷୀମାନେ ବ୍ୟାରିକେଡ ଭାଙ୍ଗି ଆଗକୁ ବଢ଼ୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ପାଣି ଓ ଲାଠି ମାଡ଼ କରିଛି । ସିନ୍ଧୁ ବର୍ଡରେ ପୋଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛନ୍ତି। ଉଭୟ ପଞ୍ଜାବ, ହରିୟାଣାର ତିନିଟି ଦିଗରୁ ଚାଷୀମାନେ ଆସୁଛନ୍ତି । ଟ୍ରାକ୍ଟର, ଟ୍ରକ, ବସ୍ ସହ ଚାଷୀମାନେ ପଦଯାତ୍ରା କରି ଦିଲ୍ଲୀ ଅଭିମୁଖେ ଆସୁଛନ୍ତି ।
ସେପଟେ ଚାଷୀଙ୍କ ଏହି ଆନ୍ଦୋଳନ ପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଚାଷୀମାନଙ୍କ ଦାବି ଓ ସେମାନଙ୍କ ସମସ୍ତ ସମସ୍ୟାର ସମାଧାନ ପାଇଁ ଆଲୋଚନା ଲାଗି ସହମତି ଦେଇଛନ୍ତି ମନ୍ତ୍ରୀ। କୃଷି ସଂପର୍କିତ ତିନିଟି ବିଲ୍ ଲୋକସଭାରେ ପାରିତ ହେବା ଏବଂ ଏହା ରାଷ୍ଟ୍ରପତିଙ୍କଠାରୁ ମଞ୍ଜୁରି ପାଇ ଆଇନରେ ପରିଣତ ହେବା ପରଠାରୁ ଏହାକୁ ବିରୋଧ ଜାରି ରହିଛି । ବିଶେଷ କରି ଦୁଇଟି କୃଷି ପ୍ରମୁଖ ରାଜ୍ୟ ପଂଜାବ, ହରିୟାଣାରେ ଚାଷୀମାନେ ବିଲକୁ ଜୋରଦାର ବିରୋଧ କରିଛନ୍ତି । ଏହା ଚାଷୀ ବିରୋଧୀ ବୋଲି ସେମାନେ ଅଭିଯୋଗ କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)