/odishatv-khabar/media/post_attachments/uploadimage/library/16_9/16_9_0/rupees_1625116293.jpg)
rupees
ଲକ୍ଷ୍ନୌ: ଥରେ ଭାବନ୍ତୁ ତ .... ଆପଣ ସକାଳୁ ଉଠିବା ପରେ ଆପଣଙ୍କ ଘର ଦୁଆର ସାମ୍ନାରେ ହଠାତ୍ ଦୁଇଟି ଟଙ୍କା ଭର୍ତ୍ତି ବେଗ୍ ପାଇବେ, ତେବେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ସେମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତର ପ୍ରଦେଶର ମୀରୁଟ ମିସନ କମ୍ପାଉଣ୍ଡରେ। ଏଠାରେ ଏକ ପରିବାର ନିଜ ଛାତରୁ ଦୁଇଟି ବେଗ୍ ପାଇଥିଲେ, ଯେଉଁଥିରେ ଭର୍ତ୍ତି ହୋଇଥିଲା ବିଡ଼ା ବିଡ଼ା ନୋଟ୍। ବ୍ୟାଗ୍ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପରିବାର ଲୋକେ। ଏହାର ଦିନକ ପୂର୍ବରୁ ବ୍ୟକ୍ତିଙ୍କ ପଡ଼ିଶାଘର ବ୍ୟବସାୟୀଙ୍କ ଘରୁ କଳାକନା ବୁଲାଇ ଦେଇଥିଲା ଚୋର।
ଟଙ୍କା ପାଇଥିବା ପରିବାର ଲୋକଙ୍କ ଅନୁଯାୟୀ, ସେମାନେ ସକାଳେ ଛାତ ଉପରେ ଦୁଇଟି ନୋଟ୍ ଭର୍ତ୍ତି ବେଗ୍ ପାଇଥିଲେ। ଏହା ଚୋରି ଟଙ୍କା ଭାବିଥିଲେ। ଚୋର ଏହାକୁ ନେଇ ନ ପାରି ପରେ ଆସି ନେବାକୁ ଏଠାରେ ଛାଡ଼ିଦେଇଥିବ ବୋଲି ଚିନ୍ତା କରି ସେମାନେ ପୋଲିସକୁ ଖବର ଦେଇଥିଲେ। ଏହାପରେ ପୋଲି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଟଙ୍କା ବେଗ୍ ଉଦ୍ଧାର କରିଛି।
ଏହି ଘଟଣାରେ ପୋଲି ବ୍ୟବସାୟୀ ଘରେ କାମ କରୁଥିବା ରାଜୁ ନେପାଳିକୁ ସନ୍ଦେହ କରିଥିଲା। ସିସିଟିଭି ଫୁଟେଜ୍ ଚେକ୍ କରିବା ପରେ ନେପାଳି ହିଁ ଟଙ୍କା ଚୋରି କରିଛି ବୋଲି ଜଣାପଡ଼ିଥିଲା। ଏହି କାର୍ଯ୍ୟରେ ଏକ ଗାର୍ଡ ତାକୁ ସାହାଯ୍ୟ କରିଥିଲା। ଯାହାକୁ ପୋଲିସ ଗରିଫ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)