/odishatv-khabar/media/post_attachments/uploadimage/library/16_9/16_9_0/nu-anga_1625193468.jpg)
nu-anga
ନୂଆଦିଲ୍ଲୀ: ବୈଜ୍ଞାନିକମାନେ ମଣିଷ ଶରୀରରେ ଏକ ନୂଆ ଅଙ୍ଗ ଠାବ କରିଛନ୍ତି। ଯାହା ବିଷୟରେ ପୂର୍ବରୁ କୌଣସି ସୂଚନା ନଥିଲା।
ନେଦରଲ୍ୟାଣ୍ଡର ବୈଜ୍ଞାନିକମାନେ ଏକ ନୂଆ କ୍ୟାନ୍ସର ସ୍କେନ୍ ଯାଞ୍ଚ କରୁଥିବା ବେଳେ ଗଳାରେ ଏକ ନୂଆ ଅଙ୍ଗ ବିଷୟରେ ଜାଣିବାକୁ ପାଇଥିଲେ। ଗବେଷଣାରୁ ଜଣାପଡ଼ିଲା ଯେ ମଣିଷ ଗଳାର ଉପରିଭାଗରେ ଗ୍ରନ୍ଥୀଗୁଡ଼ିକର ଏକ ଗ୍ରୁପ ରହିଛି। ବୈଜ୍ଞାନିକମାନେ ଏହି ଗ୍ରନ୍ଥୀର ନାମ Tubarial salivary glands ରଖିବା ସହିତ ଏହା ନାକର ଲୁବ୍ରିକେସନ୍ରେ ସାହାଯ୍ୟ କରିଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି।
/odishatv-khabar/media/post_attachments/aajtak/images/photo_gallery/202010/new-organ_020102122.jpg)
Radiotherapy and Oncology ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ରେଡିଏସନ୍ ଚିକିତ୍ସା ସମୟରେ ଯଦି ଏହି ଗ୍ରନ୍ଥୀଗୁଡ଼ିକ ଉପରେ କୌଣସି ପ୍ରଭାବ ନ ପଡ଼େ ତେବେ ଏହା ମଣିଷ ପାଇଁ ଉପକାରୀ ହେବ। ନେଦରଲ୍ୟାଣ୍ଡର ଏମ୍ସଟର୍ଡସର କ୍ୟାନ୍ସର ଇନଷ୍ଟିଚ୍ୟୁଟ୍ର ବୈଜ୍ଞାନିକ ପ୍ରୋଷ୍ଟେଟ୍ କ୍ୟାନ୍ସର ଯାଞ୍ଚ ପାଇଁ ପ୍ରସ୍ତୁତ କରାଯାଇଥିବା PSMA PET-CT ନାମକ ସ୍କାନ୍ର ପରୀକ୍ଷଣ କରୁଥିବା ସମୟରେ ରେଡିୟେକ୍ଟିଭଭ ଟ୍ରେସରକୁ ରୋଗୀର ସରିର ଇଞ୍ଜେକ୍ଟ କରାଯାଇଥିଲା ରେଡିୟେକ୍ଟିଭଭ ଟ୍ରେସର ପାଇଁ ମଣିଷ ଶରୀରେ ଥିବା ନୂଆ ଅଙ୍ଗ ବିଷୟରେ ଜଣାପଡ଼ିଥିଲା।/odishatv-khabar/media/post_attachments/aajtak/images/photo_gallery/202010/new-organ_020212.jpg)
ଗଳାର ଉପରିଭାଗରେ ଥିବା ଏହି ଗ୍ରନ୍ଥୀଗୁଡ଼ିକର ଲମ୍ବ ୧.୫ ଇଞ୍ଚ ରହିଛି। ଏହି ନୂତନ ଗ୍ରନ୍ଥୀଗୁଡ଼ିକ salivary glands ଭଳି। ୧୦୦ ଲୋକଙ୍କ ଉପରେ ହୋଇଥିବା ରିସର୍ଚ ସମୟରେ ପ୍ରାୟ ୧୦୦ ଲୋକଙ୍କଠାରେ ହିଁ ଏହି ଗ୍ରନ୍ଥୀ ଥିବା ଜଣାପଡ଼ିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)