Advertisment

ଗାଡ଼ି ଭିତରେ ଲୁଚି ରହିଥିଲେ ଆତଙ୍କୀ; ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ନଗ୍ରୋଟା ଇଲାକାରେ ଗୁରୁବାର ସକାଳୁ ସକାଳୁ ଆତଙ୍କୀ ଓ ସୁରକ୍ଷାବଳ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୪ ଜଣ ଆତଙ୍କୀ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି । ଜମ୍ମୁ କାଶ୍ମୀର ରାଜମାର୍ଗ ନଗ୍ରୋଟାର ବାନ ଅଞ୍ଚଳରେ ଟୋଲ ପ୍ଲାଜା ନିକଟରେ ସକାଳ ପ୍ରାୟ ୫ଟା ସମୟରେ ଏହି ଘଟଣା ଘଟିଛି। ଜମ୍ମୁ ଜିଲ୍ଲାର ପୋଲିସ ଏସଏସପି ଶ୍ରୀଧର ପାଟିଲଙ୍କ କହିବା ଅନୁଯାୟୀ, ସକାଳ ପ୍ରାୟ ୫ଟାରେ ଆତଙ୍କବାଦୀମାନେ ଟୋଲପ୍ଲାଜା ନିକଟରେ ସୁରକ୍ଷାକର୍ମୀଙ୍କ ଉପରକୁ […]

author-image
Minati Mishra
ଅଦ୍ୟତନ ହୋଇଛି
ଗାଡ଼ି ଭିତରେ ଲୁଚି ରହିଥିଲେ ଆତଙ୍କୀ; ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନିପାତ

encounter

ଶ୍ରୀନଗର: ଜମ୍ମୁ କାଶ୍ମୀରର ନଗ୍ରୋଟା ଇଲାକାରେ ଗୁରୁବାର ସକାଳୁ ସକାଳୁ ଆତଙ୍କୀ ଓ ସୁରକ୍ଷାବଳ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୪ ଜଣ ଆତଙ୍କୀ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି । ଜମ୍ମୁ କାଶ୍ମୀର ରାଜମାର୍ଗ ନଗ୍ରୋଟାର ବାନ ଅଞ୍ଚଳରେ ଟୋଲ ପ୍ଲାଜା ନିକଟରେ ସକାଳ ପ୍ରାୟ ୫ଟା ସମୟରେ ଏହି ଘଟଣା ଘଟିଛି।

Advertisment

ଜମ୍ମୁ ଜିଲ୍ଲାର ପୋଲିସ ଏସଏସପି ଶ୍ରୀଧର ପାଟିଲଙ୍କ କହିବା ଅନୁଯାୟୀ, ସକାଳ ପ୍ରାୟ ୫ଟାରେ ଆତଙ୍କବାଦୀମାନେ ଟୋଲପ୍ଲାଜା ନିକଟରେ ସୁରକ୍ଷାକର୍ମୀଙ୍କ ଉପରକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲେ। ଆତଙ୍କୀମାନେ ଏକ ଗାଡ଼ି ଭିତରେ ଲୁଚି ରହି ଆକ୍ରମଣ କରିଥିଲେ। ସୁରକ୍ଷାକର୍ମୀମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ। ୪ ଜଣଙ୍କୁ ନିପାତ କରାଯାଇଥିଲେ ହେଁ ଆହୁରି ଆତଙ୍କୀ ଲୁଚି ରହିଥିବା ଆଶଙ୍କା କରାଯାଉଛି।

ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ନଗରୋଟାର ନାଶନାଲ ହାଇୱେକୁ ବନ୍ଦ କରି ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରିଦିଆଯାଇଛି। ଏହି ଅପରେଶନରେ CRPF  ଓ SOG ସାମିଲ ହୋଇଛନ୍ତି। ସବିଶେଷ ଖବର ପାଇଁ ଅପେକ୍ଷା କରାଯାଇଛି।

Advertisment

Advertisment
Advertisment