/odishatv-khabar/media/post_attachments/uploadimage/library/16_9/16_9_0/crocodile_1625061407.jpg)
crocodile
ୱାଶିଂଟନ୍:ଫ୍ଲୋରିଡ଼ାରରେ ଏକ ବିରାଟକାୟ କୁମ୍ଭୀର ଦେଖିବାକୁ ମିଳିଛି। ଦେଖିଲେ ଲାଗୁଛି, ଡାଇନୋସର ପୁଣି ଥରେ ଫେରି ଆସିଲା କି ! ଏତେ ବଡ କୁମ୍ଭୀରକୁ ଦେଖି ଲୋକେ ଭୟଭୀତ ହୋଇ ଯାଇଛନ୍ତି। କୁମ୍ଭୀରଟି ଏକ ବତକକୁ ମାରିବା ପାଇଁ ଯାଉଥିବା ଲୋକେ ଦେଖିଥିଲେ। ହେଲେ ଏହାର ଆକାର ଦେଖି ବିଶ୍ୱାସ କରିପାରିଲେ ନାହିଁ। ଏହି କୁମ୍ଭୀରର ନାୱ ଲୋକେ ଡାଇନୋସର କୁମ୍ଭୀର ଦେଇଛନ୍ତି।
ଫକ୍ସ ନ୍ୟୁଜ ଅନୁସାରେ, ଏହି ବିଶାଳକାୟ କୁମ୍ଭୀରକୁ ପ୍ରଥମେ ଦେଖିଥିଲେ ପ୍ରୋ ହଣ୍ଟ ନେଭିଗେଶନ ଆପ୍ର ମାଲିକ କେବିନ ଷ୍ଟାଇପ୍ ଏବଂ କେ୍ୟସ କୌଏ। ଉଭୟ ଲିସବର୍ଗରେ ବତକ ଶିକାର କରିବା ପାଇଁ ଆସିଥିଲେ। ହଠାତ୍ ସେମାନେ ପାଣିରେ କିଛି ହଲଚଲ ହେବା ଦେଖିଲେ। କିଛି ସମୟ ପରେ ସେମାନେ ଯାହା ଦେଖିଲେ ତାକୁ ସହଜରେ ବିଶ୍ୱାସ କରିପାରି ନ ଥିଲେ। ସେମାନେ ଦେଖିଲେ ଏକ ବିରାଟ କୁମ୍ଭୀର । ଏହାର ଲମ୍ବ ପ୍ରାୟ ୧୩ ଫୁଟ ବୋଲି କୁହାଯାଉଛି।
ଫ୍ଲୋରିଡାରେ କୁମ୍ଭୀର ଦେଖାଦେବା ଏକ ସାଧାରଣ କଥା। କିନ୍ତୁ ଏତେ ବଡ଼ କୁମ୍ଭୀର ପ୍ରଥମ ଥର ପାଇଁ ଦେଖାଯାଇଛି ବୋଲି କୁହାଯାଉଛି। ଲୋକମାନେ ଏହାକୁ ଡାଇନୋସର ସହିତ ତୁଳନା କରୁଛନ୍ତି। କୌଏ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଭିଡିଓ କ୍ଲିପ୍ ମଧ୍ୟ ସେୟାର କରିଛି। ଯାହା ଏପର୍ଯ୍ୟନ୍ତ 8 ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଜଣେ ୟୁଜର୍ସ ଲେଖିଛନ୍ତି, 'ଏତେ ବଡ କୁମ୍ଭୀର ଦେଖିବା ପରେ ମୁଁ କଦାପି ବତକ ଶିକାର ଆଶାରେ ପାଣି ଭିତରକୁ ଯିବି ନାହିଁ।'
😲🐊 What looks like something straight out of Jurassic Park is actually a 13 foot alligator stealing ducks from these hunters near Leesburg, Florida.
📹: Cass Couey pic.twitter.com/i1miWYOd3L
— Brandon Orr (@BrandonOrrWPLG) November 29, 2020
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)