/odishatv-khabar/media/post_attachments/uploadimage/library/16_9/16_9_0/corona-6_1625114252.jpg)
corona
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି। ସ୍ଥିତିର ଗମ୍ଭୀରତାକୁ ଦେଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ ଆଲୋଚନା କରିବେ।
Advertisment
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ। ଗତ ୨୪ ଘଣ୍ଟା ଭିତରେ ଦିଲ୍ଲୀରେ ୩ ହଜାର ୨୩୫ଟି ନୂଆ ମାମଲା ସାମ୍ନାକୁ ଆସିଛି।
ସେହିପରି ଦିନକରେ ୯୫ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଦିଲ୍ଲୀରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୮୫ ହଜାର ୪୦୫ରେ ପହଞ୍ଚିଛି।
Advertisment
ଅକ୍ଟୋବର ୨୬ ଦିଲ୍ଲୀରେ ୨୮୩୨ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଯାହାକି ସବୁଠୁ ସର୍ବନିମ୍ନ ଥିଲା। କିନ୍ତୁ ଗତ ବୁଧବାର ଦିନକରେ ୮୬୦୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଗୁରୁବାର ଦିନକରେ ୧୦୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଯାହା ଗତ ୫ ମାସରେ ସର୍ବାଧିକ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)